fbpx
BJD SKY
BJD SKY

KIITର ପ୍ରଶଂସନୀୟ ପଦକ୍ଷେପ: ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ମିଳିଲା ଚାକିରି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ଉକ୍ତ ଦୁର୍ଘଟଣାରେ ଶତାଧିକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ପରିବାର ବେସାହାରା ହୋଇଯାଇଥିଲେ । ତେବେ ଦୁର୍ଘଟଣା ପୀଡ଼ିତଙ୍କ ପରିବାରକୁ ସାହାରା ଦେବାକୁ ଆଗକୁ ଆସିଛନ୍ତି କିଟ୍ ଓ କିସର ପ୍ରତିଷ୍ଠାତା ତଥା ସମାଜସେବୀ ଡ.ଅଚ୍ୟୁତ ସାମନ୍ତ ।

ବାହାନଗା ରେଳ ଦୁର୍ଘଟଣାର ଓଡ଼ିଶାର ପ୍ରତି ମୃତକଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ଯୋଗ୍ୟତା ଭିତ୍ତିରେ କିଟ ଓ କିସରେ ନିଯୁକ୍ତି ଦେବାକୁ ଓ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ନେଇ କିଟ୍ ପ୍ରତିଷ୍ଠାତା ପୂର୍ବରୁ ଘୋଷଣା କରିଥିଲେ । ତେବେ ନିଜର ପ୍ରତିଶ୍ରୁତି ରକ୍ଷା କରି ଡ. ସାମନ୍ତ ତାହାକୁ କାର୍ଯ୍ୟକାରୀ କରିଛନ୍ତି । କିଟ୍ ଓ କିସରେ ପୀଡ଼ିତ ପରିବାରର ୨୦ ଜଣ ସଦସ୍ୟ ଚାକିରି ପାଇଛନ୍ତି ।

ତେବେ ବାହାନଗା ରେଳ ଦୁର୍ଘଟଣାର ପୀଡ଼ିତଙ୍କୁ ନିଯୁକ୍ତି ଦେବା ନେଇ ଡ. ସାମନ୍ତଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ପଦକ୍ଷେପ ଫଳରେ ଅନେକ ବେସାହାରା ପରିବାର ମୁହଁରେ ଖୁସି ଫୁଟି ଉଠିବ । ସୂଚନାଯୋଗ୍ୟ ଯେ, ଅନେକ ସମୟରେ ଡ. ସାମନ୍ତ ସମାଜରେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରି ଦେଶ, ବିଦେଶରେ ପ୍ରଶଂସିତ ହୋଇଥାନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିସରେ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ଖାଇବା, ରହିବା ସହିତ ସମାଜରେ ଅନେକ ପ୍ରତିଷ୍ଠିତ ପଦରେ ଅଧିଷ୍ଠିତ ହୋଇ ପାରିଛନ୍ତି ।

Get real time updates directly on you device, subscribe now.