fbpx
BJD SKY
BJD SKY

ଦକ୍ଷିଣ ଆଫ୍ରିକାର ଲଜ୍ଜାଜନକ ପ୍ରଦର୍ଶନ: ୨୪୩ ରନରେ ଜିତିବା ସହ ରେକର୍ଡ କଲା ଟିମ୍ ଇଣ୍ଡିଆ

BJD

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଅଧିକାଂଶ ମ୍ୟାଚରେ ୩୦୦-୪୦୦ ସ୍କୋର କରି ନିଜର ଶକ୍ତି ଜାହିର କରି ଆସିଥିବା ଦକ୍ଷିଣ ଆଫ୍ରିକା ଶେଷରେ ଭାରତୀୟ ସ୍ପିନରଙ୍କ ଆଗରେ ଆଣ୍ଠେଇଛି । ଟିମ୍ ଇଣ୍ଡିଆର ୩୨୬ ରନର ଟାର୍ଗେଟକୁ ପିଛା କରି ନପାରି ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେ ଅଲଆଉଟ୍ ହୋଇଯାଇଛି । ଏହାଫଳରେ ଭାରତ ୨୪୩ ରନର ଏକ ବୃହତ ବିଜୟ ହାସଲ କରି ରେକର୍ଡ ସ୍ଥାପନ କରିଛି ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା । ମାତ୍ର ବିରାଟ କୋହଲି ନିଜର ୩୫ତମ ଜନ୍ମ ଦିବସରେ ଶାନଦାର ପ୍ରଦର୍ଶନ କରି ୪୯ତମ ଦିନିକିଆ ଶତକ ହାସଲ କରି ବିଶ୍ୱରେକର୍ଡ କରିଥିଲେ । ଶ୍ରେୟସ ଆୟର ୭୭ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ରନ୍ ସଂଗ୍ରହ କରିଥିଲା । ଦକ୍ଷିଣ ଆଫ୍ରିକାର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇଥିଲେ ହେଁ ବିରାଟଙ୍କୁ ରୋକିବାରେ ବିଫଳ ହୋଇଥିଲେ ।

୩୨୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହେବାରେ ଲାଗିଥିଲେ । ଫଳରେ ଦଳ ମାତ୍ର ୨୭.୧ ଓଭରରେ ୮୩ ରନରେ ଲଜ୍ଜାଜନକ ଭାବେ ଅଲଆଉଟ୍ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ୧୫ରୁ ଅଧିକ ସ୍କୋର କରିବାରେ ବିଫଳ ହୋଇଥିଲେ । ରବିନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ବିଜୟ ଫଳରେ ଭାରତର ମୋଟ ପଏ୧୬ରେ ପହଞ୍ଚିଛି ।

Get real time updates directly on you device, subscribe now.