fbpx

କୋହଲିଙ୍କର ମୋଟ ସମ୍ପତ୍ତିର ପରିମାଣ କେତେ? ସେ କେଉଁ କେଉଁ ସୂତ୍ରରୁ ଆୟ କରିଥାନ୍ତି

ନୂଆଦିଲ୍ଲୀ: ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରନ୍ ମେଶିନ୍ ବିରାଟ କୋହଲି ନିଜ କ୍ୟାରିୟରର ୪୯ତମ ଦିନିକିଆ ଶତକ ଅର୍ଜନ କରି ଇତିହାସ ରଚିଛନ୍ତି । ଏହି କ୍ରମରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକ ରେକର୍ଡ ଭାଙ୍ଗିଛନ୍ତି । ୩୫ତମ ଜନ୍ମଦିନରେ ବିରାଟ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । କୋହଲି ଦିନିକିଆ, ଟେଷ୍ଟ ଓ ଟି-୨୦ରେ ବିରାଟ ବହୁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆଜିର ସମୟର କ୍ରୀଡ଼ାବିତଙ୍କ ମଧ୍ୟରେ କେବଳ ବିରାଟ ହିଁ ସଚିନ ତେନ୍ଦୁଲକରଙ୍କ ୧୦୦-୧୦୦ ରେକର୍ଡ ଭାଙ୍ଗିପାରିବେ ବୋଲି କ୍ରୀଡ଼ାପ୍ରେମୀ ଆଶା କରୁଛନ୍ତି ।

ଅନେକ ସମୟରେ ପଡ଼ିଆରେ ଓ ପଡ଼ିଆ ବାହାରର ନିଜର ଲାଇଫ୍ ଷ୍ଟାଇଲକୁ ନେଇ ବିରାଟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଏପରି ସ୍ଥିତିରେ ବିରାଟ କେଉଁ କେଉଁ ସୂତ୍ରରୁ ଅର୍ଥ ଉପାର୍ଜନ କରିଥାନ୍ତି, କେଉଁ କେଉଁ ବ୍ରାଣ୍ଡ ପାଇଁ କାମ କରୁଛନ୍ତି, ତାଙ୍କର ମୋଟ ସମ୍ପତ୍ତିର ପରିମାଣ କେତେ ତାହା ଜାଣିବାକୁ ଫ୍ୟାନ୍ସ ଉତ୍ସୁକତା ପ୍ରକାଶ କରିଥାନ୍ତି । ଗତ ଜୁନ ମାସରେ ବିରାଟଙ୍କର ମୋଟ ସମ୍ପତ୍ତି ୧୦୦୦ କୋଟି ଅତିକ୍ରମ କରିଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମରେ ବିରାଟଙ୍କର ୨୬୨ ମିଲିୟନ ଫଲୋଅର୍ସ ରହିବା ସହିତ ତାଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚି ଯାଇଛି । ଟିମ୍ ଇଣ୍ଡିଆର ‘ଏ’ କ୍ୟାଟେଗୋରୀ ଖେଳାଳି ହିସାବରେ ସେ ୭ କୋଟି ପାଉଛନ୍ତି । ଏଥିସହିତ ସେ ପ୍ରତି ଦିନିକିଆରୁ ୬ ଲକ୍ଷ, ଟେଷ୍ଟରୁ ୧୫ ଲକ୍ଷ ଓ ଟି-୨୦ରୁ ୨୦ ଲକ୍ଷ ଟଙ୍କା ପାଉଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ସେ ବାର୍ଷିକ ୧୫ କୋଟି ଆୟ କରୁଛନ୍ତି ।

ବିରାଟ ୧୮ଟି ବ୍ରାଣ୍ଡ ସହିତ ଚୁକ୍ତିବଦ୍ଧ ହୋଇଥିବା ବେଳେ ବିଜ୍ଞାପନ ଶୁଟିଂ ବାବଦକୁ ସେ ବର୍ଷକୁ ୭-୧୦ କୋଟି ଆୟ କରୁଛନ୍ତି । ଏଭଳି ବିଭିନ୍ନ ବ୍ରାଣ୍ଡର ପ୍ରଚାର ପ୍ରସାରରୁ ସେ ୧୭୫ କୋଟି ଟଙ୍କା ପାଉଛନ୍ତି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରୁ ସେ ୮.୯ କୋଟି ଓ ଟ୍ୱିଟରରେ ପ୍ରତି ପୋଷ୍ଟରୁ ୨.୫ କୋଟି ପାଉଛନ୍ତି । ବିରାଟଙ୍କର ମୁମ୍ବାଇରେ ୩୪ କୋଟି ଓ ଗୁରୁଗ୍ରାମରେ ୮୦ କୋଟିର ଦୁଇଟି ବିଳାସପୂର୍ଣ୍ଣ ଅଟ୍ଟାଳିକା ରହିଛି । ବିରାଟଙ୍କ ପାଖରେ ଅନେକ ଦାମୀ କାର ରହିଛି । ବିରାଟ କ୍ରିକେଟ ପଡ଼ିଆରେ ଦଳକୁ ବିଜୟୀ କରାଇବା ପାଇଁ ଯେପରି ସଂଘର୍ଷ କରନ୍ତି ଅନୁରୂପ ଭାବେ ବ୍ୟକ୍ତିଗତ ଜୀବନରେ ଫେଶନଯୁକ୍ତ ଜୀବନଶୈଳୀକୁ ମଧ୍ୟ ପସନ୍ଦ କରନ୍ତି ।

Get real time updates directly on you device, subscribe now.