fbpx

ଛଅଟି ବ୍ୟାଙ୍କର ବଡ଼ ଘୋଷଣା: ସ୍ଥାୟୀ ଜମାରେ ମିଳୁଛି ୯.୨୧ ପ୍ରତିଶତ ସୁଧ, ଆଉ ଡେରି କାହିଁକି, ଶୀଘ୍ର ନିବେଶ କରନ୍ତୁ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶର ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ିଆ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଢ଼ିଆ ନିବେଶ ବିକଳ୍ପ ଆସିଛି । ଏଥିରେ ନିବେଶ କରି ଗ୍ରାହକମାନେ ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।

ଗ୍ରାହକମାନେ ସ୍ଥାୟୀ ଜମା (ଏଫଡି)ରେ ନିବେଶ କରି ୯.୨୧ ପ୍ରତିଶତ ସୁଧ ପାଇ ପାରିବେ । ଗତବର୍ଷ ମହଙ୍ଗା ଚରମସୀମାରେ ପହଞ୍ଚିବା ପରେ ରେପୋ ରେଟରେ ବୃଦ୍ଧି କରାଯାଇଥିଲା । ଏପରି ସ୍ଥିତି ବ୍ୟାଙ୍କମାନେ ଏଫଡି ଦରରେ ବୃଦ୍ଧି କରି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏଫଡି ଉପରେ ୯ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରୁଛି ।

ବ୍ୟାଙ୍କ ସିନିୟର ସିଟିଜେନ୍ସଙ୍କୁ ୯.୨୧ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହାଫଳରେ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କ ତାଲିକାରେ ସାମିଲ ହୋଇଯାଇଛି । ସାଧାରଣ ନାଗରିକଙ୍କ ପାଇଁ ୮.୬୧ ପ୍ରତିଶତ ସୁଧ ରହିଛି । ୭୫୦ ଦିନର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୨୧ ପ୍ରତିଶତ ସୁଧ ମିଳିବ । ନିକଟରେ ବ୍ୟାଙ୍କ ପକ୍ଷରୁ ଏଫଡି ରେଟରେ ପରିବର୍ତ୍ତନ କରାଯାଇଥିବା ବେଳେ ଗତ ମାସ ୨୮ ତାରିଖରୁ ଏହା ଲାଗୁ ହୋଇଯାଇଛି ।

ସେହିପରି ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୯.୧ ପ୍ରତିଶତ, ଡିସିବି ବ୍ୟାଙ୍କ ୮.୫୦ ପ୍ରତିଶତ, ଆରବିଏଲ ବ୍ୟାଙ୍କ ୮.୩୦ ପ୍ରତିଶତ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଆଦି ୮.୨୫ ପ୍ରତିଶତ ସୁଧ ପ୍ରଦାନ ନେଇ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.