fbpx

ବୈଜ୍ଞାନିକ ଆଶ୍ଚର୍ଯ୍ୟ: ତଳକୁ ଖସୁଛି ଭୂଭାଗ, ବଢ଼ୁଛି ପାହାଡ଼

ପୃଥିବୀ ପୃଷ୍ଠରେ ଥିବା ପାହାଡ଼ଗୁଡ଼ିକର ଉଚ୍ଚତା ବୃଦ୍ଧି ପାଉଛି । ଭୂପୃଷ୍ଠ ଆହୁରୀ ତଳକୁ ଖସୁଛି । ପୃଥିବୀ ପୃଷ୍ଠର ପ୍ଲେଟ୍ ଖସିବା ଯୋଗୁଁ ଏପରି ଘଟୁଥିବା ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି । ଅନୁଧ୍ୟାନ ସମୟରେ ତାଙ୍କ ସାମ୍ନାକୁ ଯେଉଁ ତଥ୍ୟ ଆସିଛି ତାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପୃଥିବୀ କେନ୍ଦ୍ରରେ ଅନେକ ପରିବର୍ତ୍ତନ ସେମାନେ ଦେଖିବାକୁ ପାଇଛନ୍ତି । ଏହାଫଳରେ ଏପରି ଘଟୁଥିବା ସେମାନେ ଅନୁମାନ କରିଛନ୍ତି ।
ଅର୍ବାନା କ୍ୟାମ୍ପେନସ୍ଥିତ ୟୁନିଭର୍ସିଟି ଅଫ୍ ଇଲିନୟର ବୈଜ୍ଞାନିକମାନେ ଏହି ଭୌଗୋଳିକ ପରିବର୍ତ୍ତନକୁ ନେଇ ଏକ ଷ୍ଟଡ଼ି କରିଛନ୍ତି । ଏହି ଷ୍ଟଡ଼ି ଆର୍ଥ ଆଣ୍ଡ ପ୍ଲେନେଟରୀ ସାଇନ୍ସ ସାଇନ୍ସ ନାମକ ମାଗାଜିନରେ ପ୍ରକାଶିତ ହୋଇଛି ।


ଏହି ଗହନ ଅଧ୍ୟୟନ ପରେ ଏହି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀ ପୃଷ୍ଠର କେନ୍ଦ୍ର ଅର୍ଥାତ କୋର୍ ବୁଲୁଛି । ଏହାକାରଣରୁ ପୃଥିବୀର ମ୍ୟାଗନେଟ୍ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇଛି । ଏପରିକି ଚୁମ୍ବକୀୟ ଉତ୍ତର ଧ୍ରୁବ କାନାଡାରୁ ଖସି ସାଇବେରିଆ ପହଞ୍ଚି ଗଲାଣି ।
ପିକିଙ୍ଗ ୟୁନିଭର୍ସିଟିର ପ୍ରଫେସର ଏବଂ ଏହି ଷ୍ଟଡ଼ିର ସହଲେଖକ ଜିଓଓଡ଼ଙ୍ଗ କହିଛନ୍ତି ଯେ, ୧୯୯୬ରୁ ଆମେ ଏହା ଉପରେ ଅଧ୍ୟୟନ କରୁଛୁ । ୧୯୯୬ରେ ପ୍ରଥମ ଥର ପାଇଁ ପୃଥିବୀର କୋରରେ ଏକ ଛୋଟ ଭୂକମ୍ପୀୟ ପରିବର୍ତ୍ତନ ଦେଖାଦେଇଥିଲା । ତାହା ଧୀରେ ଧୀରେ ବୁଲିବା ଆରମ୍ଭ କରିଥିଲା । ଏହାପରେ ଏହି ପ୍ରସଙ୍ଗରେ ଗଭୀର ଅଧ୍ୟୟନ ଆରମ୍ଭ ହୋଇଥିଲା ।


ପ୍ରଫେସର ଜିଓଓଡ଼ଙ୍ଗ କହିଛନ୍ତି ଯେ, ଆମେ ବିଶ୍ୱର ଅଲଗା ଅଲଗା ସ୍ଥାନରେ ଭୂକମ୍ପର ତୀବ୍ରତା ସମ୍ପର୍କରେ ଅଧ୍ୟୟନ କରିଥିଲୁ । ଏକ ନିର୍ଦ୍ଧାରିତ ସମୟରେ ଏହି ସ୍ଥାନଗୁଡ଼ିକରେ ଡାଟା ରେକର୍ଡ କରାଯାଇଥିଲା । ଏହାପରେ ଜଣାପଡ଼ିଥିଲା ଯେ, ଭୂକମ୍ପର ତ୍ରୀବ୍ରତା ପୃଥିବୀ ଭିତରେ ବୁଲୁଥିବା କୋର କାରଣରୁ କମ୍ ଓ ଅଧିକ ହୋଇଥାଏ । ଏହାସହ କୋର ବୁଲିବା କାରଣରୁ ପୃଥିବୀର ଉପର ପୃଷ୍ଠରେ ପ୍ଲେଟ ନିଜ ମଧ୍ୟରେ ଧକ୍କା ଲାଗି ଖସିବା ଆରମ୍ଭ କରିଥାଏ । ଏହାଫଳରେ ପୃଥିବୀ ପୃଷ୍ଠରେ ପାହାଡ଼ଗୁଡ଼ିକର ଉଚ୍ଚତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଭୂକମ୍ପ ଯୋଗୁଁ ସୃଷ୍ଟି ହେଉଥିବା ଭୂକମ୍ପୀୟ ତରଙ୍ଗ ପୃଥିବୀ ପୃଷ୍ଠର କୋର ବା କେନ୍ଦ୍ର ପର୍ଯ୍ୟନ୍ତ ଯାଇଥାଏ । ଏହି ତରଙ୍ଗ କୋରରେ ମାଡ଼ ହୋଇ ପୁଣି ଫେରିଥାଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.