fbpx
BJD SKY
BJD SKY

ଆସାମରେ ପୁଣି ଭୂକମ୍ପ

BJD

ଦିସପୁର, ୧୦ା୫: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଆଜି ପୁଣି ଭୂକମ୍ପ ଅନୁଭୂତ ହୋଇଛି । ନାଗାଓଁ ଅଞ୍ଚଳରେ ସକାଳ ୭ଟା ୫ ମିନିଟରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ଜନିତ କୌଣସି ସୂଚନା ମିଳିପାରିନାହିଁ । ରିକ୍ଟର ସ୍କେଲରେ ୩.୦ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି । ଭୂକମ୍ପ ଭୟ ଓ ହୃଦଘାତ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ୨୮ ତାରିଖରେ ଆସାମ ସହିତ ଉତ୍ତର-ପୂର୍ବର କିଛି ରାଜ୍ୟରେ ଅନେକ ଥର ଭରକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ ୧୦ ଜଣ ଆହତ ହୋଇଥିଲେ । ଏହି ଭୂକମ୍ପ ଫଳରେ ରାଜ୍ୟ ସଚିବାଳୟର କୋଠା, ଜନତା ଭବନ ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ଆଦି କ୍ଷତିଗ୍ରସ୍ତ ହୋଇଥିଲା । ଏତଦବ୍ୟତୀତ ଗୁଆହାଟୀର ଏକ ବିଳାସପୂର୍ଣ୍ଣ ହୋଟେଲ ତାଜ ଭିଭାଣ୍ଟା କିଛି ମାତ୍ରାରେ ନଷ୍ଟ ହୋଇଥିଲା ।

Get real time updates directly on you device, subscribe now.