fbpx

ଦେଶର ରାଜଧାନୀରେ ମୃଦୁ ଭୂମିକମ୍ପ

ନୂଆଦିଲ୍ଲୀ, ୨୫ା୧୨: ଆଜି ଭୋର ସମୟରେ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥରେ କୌଣସି କ୍ଷତି ଘଟିନଥିବା ଜଣାପଡ଼ିଛି ।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୨.୩ ରହିଥିଲା । ତେବେ ଭୋର ୫ଟା ୨ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିଯୋଗୁଁ କୌଣସି କ୍ଷୟତି ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ଗତ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇସାରିଲାଣି ।

Get real time updates directly on you device, subscribe now.