fbpx
BJD SKY
BJD SKY

ଜାପାନରେ ଭୂକମ୍ପ ଝଟକା, ୬ ମୃତ

BJD

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଜାପାନରେ ସୋମବାର ଦେଖାଦେଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନେକ ସଂଖ୍ୟାରେ କୋଠା ଭୁଷୁଡ଼ିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାର ଆଶଙ୍କା କରାଯାଉଛି ।
ସୂଚନାରୁ ପ୍ରକାଶ ନୂଆ ବର୍ଷର ପ୍ରଥମ ଦିନରେ ପଶ୍ଚିମ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ଼ କରାଯାଇଥିବା ଜାପାନ ମୌସୁମୀ ବିଜ୍ଞାନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ସହ ଜାପାନର ଇଶିକାୱା, ନାଗାଟା ଓ ଟୋୟାମା ପ୍ରାନ୍ତର ତଟୀୟ କ୍ଷେତ୍ରରେ ସୁନାମୀର ଚେତାବନୀ ଜାରି କରାଯାଇଥିଲା । ସମୁଦ୍ରରେ ୫ ମିଟର ପର୍ଯ୍ୟନ୍ତ ଢ଼େଉ ଉଠିଥିବା ମୌସୁମୀ ବିଜ୍ଞାନ ଏଜେନ୍ସି ସୂଚନା ଦେଇଥିଲା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମଧ୍ୟ ଦେଶରେ ଦେଖାଦେଇଥିବା ଶକ୍ତିଶାଳୀ ଭୂମିିକମ୍ପ ଯୋଗୁ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏନେଇ ଜାପାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର ଜାରି କରାଯାଇଥିବା ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରାଯାଇଛି ।

Get real time updates directly on you device, subscribe now.