fbpx

ମୁମ୍ବାଇରେ ୪ଦିନ ଭିତରେ ୩ଥର ଭୂମିକମ୍ପ ଅନୁଭୂତ

ମୁମ୍ବାଇ, ୭ା୯: ଆଜି ସକାଳ ପ୍ରାୟ ୮ଟା ସମୟରେ ମୁମ୍ବାଇରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ଥିବା ସୂଚନା ମିଳିଛି । ମୁମ୍ବାଇର ୧୦୨ କିମି ଉତ୍ତରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଭୂମିକମ୍ପ ଯୋଗୁଁ କହାର ପ୍ରାଣହାନୀ ଓ ଆହତ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

କରୋନା ସଙ୍କଟ ସମୟରେ ମୁମ୍ବାଇରେ ଦାଉ ସାଜିଛି ଭୂମିକମ୍ପ । ଗତ ୪ଦିନ ଭିତରେ ତିନିଥର ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଗତ ଶନିବାର ଦିନ ୨.୭ ତରବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ଯାହାର କେନ୍ଦ୍ରସ୍ଥଳୀ ମୁମ୍ବାଇଠାରୁ ୯୮ କିଲୋମିଟର ଦୂରରେ ଥିଲା । ସେହିପରି ଶୁକ୍ରବାର ଦିନ ସକାଳେ ୨.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳୀ ମୁମ୍ବାଇଠାରୁ ୧୦ କିଲୋମିଟର ଉତ୍ତରରେ କେନ୍ଦ୍ରସ୍ଥଳୀ ଥିଲା ।

Get real time updates directly on you device, subscribe now.