fbpx

ମହାବିନାଶ ପରେ ତୁର୍କୀରେ ପୁଣି କମ୍ପିଲା ଭୂମି, ଜାପାନରେ ମଧ୍ୟ ଦେଖାଦେଲା ଭୂମିକମ୍ପ, ଜାଣନ୍ତୁ କେଉଁଠି କେତେ ଝଟକା

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ଦେଇ ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର କହିଛି ଯେ, ପୂର୍ବ ତୁର୍କୀରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଥି ସହିତ ଜାପାନର ହକ୍କାଇଡୋରେ ୬.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ କହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୁର୍କୀରେ ଭୂକମ୍ପରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ୨୩ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ମାଲାଟିଆ ପ୍ରଦେଶର ୟେସିଲର୍ଟ ସହରରେ ଥିଲା। ଆଡିଆମାନରେ ଭୂମିକମ୍ପ ଅନୁଭୂତ ହୋଇଛି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇ ତୁର୍କୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାଟିଆ ଏବଂ ଆଡିଆମାନ ପ୍ରଦେଶରେ ଭୂମିକମ୍ପ ଯୋଗୁଁ କିଛି ଲୋକ କୋଠା ଭୁଶୁଡ଼ିବା କାରଣରୁ ଆହତ ହୋଇଛନ୍ତି। ଭୂକମ୍ପରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଲ୍ଡିଂରୁ ଡେଇଁପଡିଥିଲେ। ଏହି କାରଣରୁ କିଛି ଲୋକ ଆହତ ହୋଇଛନ୍ତି। ସୂଚନା ପ୍ରଦାନ କରି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର କହିଛି ଯେ, ଗୁରୁବାର ଦିନ ତୁର୍କୀରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ୧୧ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିଲା। ରିଲିଫ୍ କାର୍ଯ୍ୟ ପାଇଁ ଅନେକ ଦଳ ନିୟୋଜିତ ହୋଇଛନ୍ତି, ଯେଉଁମାନେ ଫିଲ୍ଡ ସର୍ଭେ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ବର୍ଷ ଆରମ୍ଭରେ ତୁର୍କୀ ଏକ ଭୂମିକମ୍ପର ଶିକାର ହୋଇଛି।

Get real time updates directly on you device, subscribe now.