fbpx
BSKY SKY
BSKY SKY

ସକାଳୁ ସକାଳୁ ଭୁକମ୍ପ ଯୋଗୁଁ କମ୍ପିଲା ମହାରାଷ୍ଟ୍ର, ଝଟକାରେ ଦୋହଲିଗଲା ଆଉ ୩ ରାଜ୍ୟ

BSKY

ନୂଆଦିଲ୍ଲୀ: ସୋମବାର ସକାଳୁ ସକାଳୁ ମହାରାଷ୍ଟ୍ରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩. ୫ ବୋଲି ମାପ କରାଯାଇଛି । ତେବେ ଭୂକମ୍ପ ଯୋଗୁଁ ଧନ ଜୀବନ ନଷ୍ଟ ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପ ସକାଳ ୫.୦୯ ରେ ଘଟିଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର ପୃଥିବୀ ପୃଷ୍ଠରୁ ୫ କିଲୋମିଟର ତଳେ ଥିଲା । ଏଥିରେ କୌଣସି କ୍ଷତି ହୋଇନଥିଲା, କିନ୍ତୁ ମହାରାଷ୍ଟ୍ର ବ୍ୟତୀତ ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ କମ୍ପନ ଅନୁଭୂତ ହୋଇଥିଲା । ଜଣାପଡିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲ୍ଲା ପୂର୍ବ ମହାରାଷ୍ଟ୍ରରେ ଅଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଠାରୁ ୨୫୫ କିଲୋମିଟର ଏବଂ ନାଗପୁର ଠାରୁ ୨୬୫ କିଲୋମିଟର ଦୂରରେ ବୋଲି କୁହାଯାଉଛି ।

ଆରବ ସାଗରରେ ବିପଦପୂର୍ଣ୍ଣ ଭୂକମ୍ପ!
ମହାରାଷ୍ଟ୍ରର ହିଙ୍ଗୋଲି ପୂର୍ବରୁ ୧୯ ନଭେମ୍ବର ସନ୍ଧ୍ୟାରେ ଆରବ ସାଗରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରବିବାର ସନ୍ଧ୍ୟା ୬.୩୬ ସମୟରେ ଆରବ ସାଗରରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେ ମାପ କରାଯାଇଥିଲା । ରବିବାର ଦିନ ନେପାଳ ଏବଂ ଜାମ୍ମୁ କାଶ୍ମୀରର ଡୋଡା ଠାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରବିବାର ଦିନ ଅପରାହ୍ନ ୩.୪୫ ସମୟରେ ନେପାଳରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଏବଂ ରବିବାର ସକାଳ ୧୧.୩୦ ସମୟରେ ଦୋଡା, ଜାମ୍ମୁ କାଶ୍ମୀରରେ ୨.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ।

Get real time updates directly on you device, subscribe now.