fbpx
BJD SKY
BJD SKY

ପୁଣି ଭୂକମ୍ପ : ସୋମବାର ସକାଳୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ଏତିକି ଥିଲା ତୀବ୍ରତା…

BJD

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ତୁର୍କୀକୁ ପୁଣି ଭୂକମ୍ପ ଝଟକା ଲାଗିଛି ।  ସୋମବାର ସକାଳେ ତୁର୍କୀର ଆଫସିନ୍, ଦକ୍ଷିଣ-ପଶ୍ଚିମ ଦିଗରେ ୨୩ କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଛି । ସକାଳ ପ୍ରାୟ ୪ଟା ୨୫ ମିନିଟରେ ଏହି ଝଟକା ଲାଗିଥିଲା । ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ପ୍ରକାଶ ପାଇନାହିଁ। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ତୁର୍କୀରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଅନୁଭୂତ ହେଉଛି । ଭୂକମ୍ପ କେତେବେଳେ ମାଟି ଖସାଇ ନେଇଛି ତାହା ଜଣାପଡିବା ମୁସ୍କିଲ ହୋଇଯାଇଛି । ଗତ ଫେବୃଆରୀ ମାସରେ ତୁର୍କୀ ଏବଂ ସିରିଆରେ ୭.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଉଭୟ ଦେଶ ସମେତ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ଆହତ ହୋଇଥିଲେ। ଭାରତ ସମେତ ଅନେକ ଦେଶ ତୁର୍କୀରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଆବର୍ଜନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଭାରତ ତୁର୍କୀକୁ ବହୁତ ସାହାଯ୍ୟ କରିଥିଲା ।

ଅନ୍ୟପକ୍ଷରେ, ଶୁକ୍ରବାର ଦିନ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭା ଏବଂ ପର‌୍ୟ୍ୟଟନ ଦ୍ୱୀପ ବାଲିର ଅନେକ ସ୍ଥାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ। ତଥାପି କୌଣସି ବଡ଼ ଧରଣର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନଥିଲା ।

Get real time updates directly on you device, subscribe now.