fbpx

Earthrise : ଜାପାନାର ମୁନ ଲ୍ୟାଣ୍ଡର କ୍ରସ ହେବା ପୂର୍ବରୁ ଉଠାଇଛି ‘ପୃଥିବୀ’ ର ଚମତ୍କାର ଫଟୋ

ନୂଆଦିଲ୍ଳୀ : ଜାପାନର ବେସରକାରୀ କମ୍ପାନୀ ଆଇସ୍ପେସ୍ ଇଙ୍କ୍ (ispace inc.)ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମିଶନ ଅସଫଳ ହୋଇଥିଲା । ଲ୍ୟାଣ୍ଡର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଲ୍ୟାଣ୍ଡର ନାମ ଥିଲା ହାକୁତୋ-ଆର ଲୁନର ଲ୍ୟାଣ୍ଡର (Hakuto-R lunar lander) ।

ହାକୁତୋ-ଆର ଲୁନ୍ ଲ୍ୟାଣ୍ଡର ଏପ୍ରିଲ୍ ୨୫ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଏହା ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଚନ୍ଦ୍ର ପୃଷ୍ଠରୁ ପୃଥିବୀର ଚମତ୍କାର ଫଟୋ ଉଠାଇ ପଠାଇଥିଲା । ଏହି ଫଟୋରେ ପୃଥିବୀ ଏକ ନୀଳ ରଙ୍ଗର ସୁନ୍ଦର ମାର୍ବଲ ପରି ଦେଖାଯାଉଛି, ଯାହା ଚନ୍ଦ୍ର ଉପରେ ଦୃଶ୍ୟମାନ ହେଉଛି ।

ଏହି ଚିତ୍ର ଆପୋଲୋ ୮ ର ଚମତ୍କାର ‘ଆର୍ଥ୍ରାଇଜ୍’ କୁ ମନେ ପକାଇଥାଏ । ଚିତ୍ରରେ ଚନ୍ଦ୍ରର ଛାୟା ଅଷ୍ଟ୍ରେଲିଆ ଦେଇ ଯାଉଥିବା ଦେଖିବାକୁ ମିଳେ । ଏପ୍ରିଲ୍ ୨୦ ତାରିଖ ସମ୍ପର୍ଣ୍ଣ ସୂର୍ଯ୍ୟ ପରାଗ ସମୟର ଏହି ଫଟୋ ।

ଗତ ବର୍ଷ ଡିସେମ୍ବରରେ ଆଇସ୍ପେସ୍ ଇଙ୍କ୍ ର ମିଶନ୍ ୧ ଭାବରେ ହାକୁଟୋ-ଆର ଏକ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟରେ ଉତକ୍ଷେପଣ କରାଯାଇଥିଲା । ଯଦି ଏହି ମିଶନ୍ ସଫଳ ହୋଇଥାନ୍ତା, ତେବେ ଏହା ଚନ୍ଦ୍ରରେ ଅବତରଣ କରିଥିବା ପ୍ରଥମ କମର୍ଶିୟଲ କ୍ରାଫ୍ଟ ଭାବରେ ଇତିହାସରେ ଏକ ସ୍ଥାନ ପାଇଥାନ୍ତା, ଯଦିଓ ଏହା ହୋଇପାରିବ ନାହିଁ ।

ହାକୁତୋ-ଆର ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପାଇଁ ୧.୪ ମିଲିୟନ୍ କିଲୋମିଟର ଯାତ୍ରା କରିଥିଲା । କିନ୍ତୁ ଏହି ଯାନ ଅବତରଣ କରିବା ମାତ୍ରେ ପୃଥିବୀ ସହିତ ଏହାର ସମ୍ପର୍କ ବନ୍ଦ ହୋଇଯାଇଥିଲା । ପରେ ଏହା କ୍ରସ ହୋଇଥିଲା ବୋଲି ଅନୁମାନ କରାଯାଉଛି । କିନ୍ତୁ କ୍ରସ ହେବା ପୂର୍ବରୁ ହାକୁତୋ-ଆର ବହୁତ ଭଲ କାମ କରିଛି । ଏପରି କିଛି ଚିତ୍ର ନେଇଛି ଯେଉଁଥିରୁ ଅନେକ ଉପଯୋଗୀ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.