fbpx

ଏହି ସବୁ ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ, ପଢ଼ନ୍ତୁ ପୁରା ଖବର

କୋଭିଡ-୧୯ ସଙ୍କଟକୁ ନଜରରେ ରଖି ପୂର୍ବ ତଟ ରେଳବିଭାଗ ପକ୍ଷରୁ ଟ୍ରେନ ଚଳାଚଳ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଲକଡାଉନ ବଳବତ୍ତର ଥିବା ପର୍ୟ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ର ୮ ଘଟିକା ପର୍ୟ୍ୟନ୍ତ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସେହିପରି ପୁରୀ ଅନୁଗୁଳ ସ୍ପେସିଆଲ ଟ୍ରେନକୁ ଜୁଲାଇ ୩,୪,୧୦, ୧୧, ୧୨, ୧୭, ୧୮ ୨୦ ଓ ୨୧ ତାରିଖ ଦିନ ମାନଙ୍କରେ ବାତିଲ ହେବ । ଜୁଲାଇ ପହିଲା ଠାରୁ ୨୩ ତାରିଖ ମଧ୍ୟରେ ଏହି ଟ୍ରେନ ବାତିଲ ଦିନମାନଙ୍କୁ ଛାଡି ଅନ୍ୟ ମାନଙ୍କରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ । କିନ୍ତୁ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ଟ୍ରେନ ବାତିଲ ରହିବ ।

ଅନ୍ୟପଟେ ଦୈନଦିନ ଚଳାଚଳ କରୁଥିବା ୧୧ ଯୋଡ଼ା ବିଶେଷ ଟ୍ରେନ ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ଯାଏ ବାତିଲ ରହିବ । ୪ ଯୋଡ଼ା ବିଶେଷ ଟ୍ରେନ ସ୍ଥିରୀକୃତ ଦିବସ ମାନଙ୍କରେ ବାତିଲ ରହିବ । ଏକ ଯୋଡ଼ା ବିଶେଷ ଟ୍ରେନ ଆଂଶିକ ବନ୍ଦ ରହିବ ।

 

Get real time updates directly on you device, subscribe now.