fbpx

କରୋନା ସହ ଲଢ଼ିବାକୁ କମ୍ କରନ୍ତୁ ଲୁଣ ଖାଇବା

କରୋନା ସହ ଲଢ଼ିବାକୁ ହେଲେ କମ୍ କରନ୍ତୁ ଲୁଣ ଖାଇବା । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଲୁଣରେ ସୋଡିଅମ୍ କ୍ଳୋରାଇଡ୍ ରହିଥାଏ । ଯାହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଶରୀରରେ ଥିବା ଗ୍ରାନିଲୋସାଇଡ୍ ପ୍ରତିରୋଧକ କୋଷିକା ବ୍ୟାକ୍ଟେରିଆ ଓ ଭାଇରସ ସହ ଲଢ଼ିବାରେ ସକ୍ଷମ ହୋଇନଥାଏ । ଦୈନିକ ୬ ଗ୍ରାମରୁ ଉଦ୍ଧ୍ୱର୍ ଳୁଣ ଖାଇବା ଦ୍ୱରା ଏଭଳି ହୋଇଥାଏ । ଅଧ୍ୟୟନ ଅନୁସାରେ ମହିଳା ମାନେ ଦୈନିକ ୮ ଗ୍ରାମ ଓ ପୁରୁଷମାନେ ଦୈନିକ ୧୦ ଗ୍ରାମ ଲୁଣ ଖାଇଥାନ୍ତି । କିନ୍ତୁ ଗବେଷକଙ୍କ ଅନୁଯାୟୀ ଏହାକୁ ୫ ଗ୍ରାମ ମଧ୍ୟରେ ସିମୀତ ରଖିବା ଆବଶ୍ୟକ । ବିଶେଷ କରି କରୋନା ସେମାନଙ୍କୁ ଖୁବଶୀଘ୍ର ସଂକ୍ରମିତ ହୋଇଥାଏ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ । ଏଭଳି ସ୍ଥଳେ କମ୍ ଲୁଣ ଖାଇବା ହିଁ ଉପଯୋଗୀ ।

Get real time updates directly on you device, subscribe now.