fbpx
BJD
BJD SKY
BJD SKY

କରୋନା, ଦେଶରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

BJD

ନୂଆଦିଲ୍ଲୀ, ୩୦ା୩: ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏହାସହ ୧୦୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବିଭିନ୍ନ ହସ୍ପିଟାଲରେ ଏବେ ମଧ୍ୟ ୯୪୨ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୬ଜଣ କରୋନା ରୋଗୀ ଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରେ ୫ଜଣ ଓ କର୍ଣ୍ଣାଟକରେ ୩ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛ । ମଧ୍ୟପ୍ରଦେଶ, ଦିଲ୍ଲୀ ଓ ଜାମ୍ମୁକାଶ୍ମୀରରେ ୨ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ସେହିପରି ବିହାର, ହିମାଚଳପ୍ରଦେଶ, କେରଳ, ପଞ୍ଜାବରେ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁ, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ମଧ୍ୟ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛିି ।

Get real time updates directly on you device, subscribe now.