fbpx

୩୩ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୩୦ା୩: ବିଶ୍ୱରେ ମହାମାରୀ କରୋନା ମୃତ୍ୟୁସଂଖ୍ୟା ୩୩ହଜାରକୁ ବୃଦ୍ଧି ପାଇଛି ।ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୧ହଜାର ୪୧୨ରେ ପହଞ୍ଚିଛି । କରୋନାରେ ଆକ୍ରାନ୍ତଙ୍କ ହୋଇଥିବା ରୋଗୀ ୧ଲକ୍ଷ ୫୧ହଜାର ୦୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଇଟାଲୀରେ ସର୍ବାଧିକ ୧୦ହଜାର ୭୭୯ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ୬ହଜାର ୮୦୩, ଚୀନରେ ୩ହଜାର ୩୦୦, ଇରାନରେ ୨୬୪୦, ଫ୍ରାନ୍ସରେ ୨୬୦୬, ୟୁଏସରେ ୨୪୭୫ଜଣଙ୍କର ମୃତ୍ୟୁ ହୋଇଛି ।ଭାରତରେ ମଧ୍ୟ ୨୯ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ ଦେଶରେ ୯୦୧ଜଣ ଆକ୍ରାନ୍ତ ଥିବା ବେଳେ ୯୬ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.