fbpx

୩୦ ବର୍ଷ ପରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଛୁଇଁ ପାରିବନି କୌଣସି ରୋଗ

ସାଧାରଣତଃ ୩୦ ବର୍ଷରେ ପହଞ୍ଚିବାବେଳକୁ ଆମ ଶରୀର ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ ହୋଇଯାଏ । ଏହାଛଡ଼ା ଦ୍ରୁତ ବେଗର ବଦଳୁଥିବା ଜୀବନଶୈଳୀ ଯୋଗୁଁ ଏକ ମୁଖ୍ୟ କାରଣ ପାଲଟିଛି । ଫଳରେ ୩୦ ବର୍ଷ ପରେ କେତେବେଳେ ହାଡ଼ କମଜୋର ହେବାକୁ ଲାଗିଥାଏ ତ’ କେତେବେଳେ ଅନ୍ୟ କିଛି ରୋଗ । ତେବେ ଆମର ସ୍ୱାସ୍ଥ୍ୟବସ୍ଥାକୁ ବଜାୟ ରଖିବାକୁ ହେଲେ ଆମକୁ ୩୦ ବର୍ଷ ପରେ ଏଭଳି କିଛି ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ ଫଳରେ ଆମର ରୋଗପ୍ରତିରୋଧକ ରୋଗ ବଢ଼ିବା ସହ ସୁସ୍ଥ ରହିପାରିବା । ବିଭିନ୍ନ ପ୍ରକାର ଫଳ ଯେମିତିକି ନେବାକୁ କମଳା, ଅଙ୍ଗୁର, ଲେମ୍ବୁ ଭଳି କିଛି ଖାଦ୍ୟ ଗ୍ରହଣ କରିବାକୁ ହେବ । ଆସନ୍ତୁ ଜାଣିବା କେଉଁ ଫଳ ଖାଇବା ଦ୍ୱାରା ଆମକୁ ୩୦ ବର୍ଷ ପରେ ମଧ୍ୟ ସୁସ୍ଥ ରହିବାରେ ସହାୟକ ହୋଇଥାଏ ।

ସିଟ୍ରସ୍ ଫଳ: ଏହି ଫଳରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହି ଫଳକୁ ଖାଇବା ଦ୍ୱାରା ଓଜନ କମ୍ ହେବା ସହ ହାର୍ଟ ଜନିତ ରୋଗ ହ୍ରାସ ପାଇଥାଏ ।
ବ୍ରୋକୋଲି: ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଭରି ରହିଛି । ଏହା ଶରୀରରେ ହାଡ଼କୁ ମଜବୁତ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ରସୁଣ: ସାଧାରଣତଃ କିଛି ଲୋକଙ୍କୁ ରସୁଣ ଖାଇବାକୁ ପସନ୍ଦ ଆସିନଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ରସୁଣ ସ୍ୱାସ୍ଥ୍ୟ ପ୍ରତି ବହୁତ ହିତକର ହୋଇଥାଏ । ଏହା ଶରୀରରେ ଥିବା କ୍ଷତିକାରକ ଜୀବାଣୁକୁ ନାଶ କରିଥାଏ ଏବଂ ଶରୀରକୁ ସଫା ରଖିବାରେ ସାହଯ୍ୟ କରିଥାଏ । ଏହା ମଧ୍ୟ ଶରୀରରେ ରୋଗପ୍ରତିରୋଧକୁ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ତୈଳଯୁକ୍ତ ମାଛ ଯେମିତିକି ସାଲମନ ଏବଂ ଟ୍ରାଉଟ ମାଛ ଖାଇବା ଶରୀର ପ୍ରତି ଉପଯୋଗୀ ହୋଇଥାଏ । ଏହା ଶରୀରରେ ଦରକାରୀ ହର୍ମୋନ ତିଆରି କରିବାରେ ସହାୟକ ହୋଇଥାଏ । ଏହା ହାର୍ଟ ଏବଂ ବ୍ରେନ୍ ପାଇଁ ଭଲ ହୋଇଥାଏ । ତୈଳଯୁକ୍ତ ମାଛରେ ଓମେଗା-୩ ଫ୍ୟାଟି ଏସିଡ ରହିଛି ।

ନଟ୍ସ: ଏହାକୁ ସାଧାରଣତଃ ସ୍ନାକ୍ସ ଭାବରେ ଗ୍ରହଣ କରାଯାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହି ଡ୍ରାଏ ଫ୍ରୁଟ୍ସରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଫାଇବର ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଉପାଦେୟ ।

ମହୁକୁ ୫ହଜାର ବର୍ଷ ପୂର୍ବରୁ ଏକ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଉଛି । ମହୁକୁ ଅନେକ ଉପାୟରେ ବ୍ୟବହାର ମଧ୍ୟ କରାଯାଏ । ଏହା ଏକ ଆଣ୍ଟିାସେପ୍ଟିକ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଭାବରେ କାମ କରେ । ଏହାକୁ ଆହୁରି ଅନେକ କାମରେ ମଧ୍ୟ ବ୍ୟବହାର କରାଯାଏ ।

ଚିଆ: ଚିଆ ମଞ୍ଜିରେ ରହିଛି ଫାଇବର, ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ମ୍ୟାଗ୍ସେନିୟମ ରେ ଭରପୁର ରହିଛି । ଚିଆ ମଞ୍ଜି ଏକ ଉଦ୍ଭିଦଜାତୀୟ ପ୍ରୋଟିନ୍ । ଏହାକୁ ଖାଇବା ଦ୍ୱାରା କେବଳ ଫେଟ୍ ଫୁଲ ହୋଇନଥାଏ ବରଂ ପେଟ ସଫା ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.