fbpx

୨୦ ଦିନ ଆଗରୁ ସରିଲା ଶୀତ ଅଧିବେଶନ; ଗୋଟିଏ ଦିନ ବି ଚାଲିପାରିଲାନି ସ୍ୱାଭାବିକ

ଭୁବନେଶ୍ୱର: ୨୦ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ମୁଲତବି ଘୋଷଣା । ଗୋଟିଏ ଦିନ ବି ସ୍ୱାଭାବିକ ଚାଲିପାରିଲାନି ଶୀତ ଅଧିବେଶନ । ମମିତା ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ । ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ମୁଲତବି ପ୍ରସ୍ତାବ । ଗୃହରେ କୌଣସି ବିଜିନେସ୍ ନଥିବାରୁ ମୁଲତବି ପ୍ରସ୍ତାବ ଆଣିଥିଲେ । ପ୍ରତିବାଦରେ ଗାନ୍ଧି ମୂର୍ତ୍ତୀ ତଳେ ବସିଛନ୍ତି ବିଜେପି, କଂଗ୍ରେସ ବିଧାୟକ ।

ଉଲ୍ଲେଖଯୋଗ୍ୟ, ଚଳିତ ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀ ମମିତା ମେହେର ହତ୍ୟା ପ୍ରସଙ୍ଗଙ୍କୁ ଉଠାଉ ଗୃହରେ ହଟ୍ଟଗୋଳ କରିଥିଲେ । ଏହି ମାମଲାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଦର୍ଶାଇ ହଙ୍ଗାମା କରିଥିଲେ ବିରୋଧୀ । ଏମିତିକି ଗୃହକୁ ପବିତ୍ର କରିବା ପାଇଁ ଗଙ୍ଗାଜଳ ଛିଞ୍ଚିଥିଲେ ତାରାବାହିନୀ ପତି ।

ସେପଟେ କାର୍ଯ୍ୟ ଦିବସ ପୂର୍ବରୁ ଶୀତ ଅଧିବେଶନ ସରିଥିଲେ ବି ପାରିତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଅତିରିକ୍ତ ବ୍ୟୟ ବଞ୍ଜୁରୀ ବିଲ୍ । ୧୯, ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀଙ୍କ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ଉପରକୁ ଫ୍ଲା କାର୍ଡ ଫିଙ୍ଗିଲେ ବିରୋଧୀ ସଦସ୍ୟ ।

 

Get real time updates directly on you device, subscribe now.