fbpx
BJD SKY
BJD SKY

ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହେଲେ ୪ ପଡୋଶୀ ଦେଶର ଟପ୍ କମାଣ୍ଡର

BJD

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ । ତାଙ୍କର ଶେଷ କୃତ୍ୟରେ ହଜାର ସଂଖ୍ୟକ ଲୋକ ସାମିଲ୍ ହୋଇଛନ୍ତି । କାମକାଜ ମାର୍ଗରୁ ଆରମ୍ଭ ହୋଇଥିବା ତାଙ୍କର ଅନ୍ତିମ ଯାତ୍ରାରେ ଅନେକ ସ୍ଥାନରେ ଲୋକେ ପୁଷ୍ପବର୍ଷା କରି ବିଦାୟ ଦେଇଛନ୍ତି । ଅନ୍ତିମ ଯାତ୍ରାରେ ସାଧାରଣ ଲୋକଙ୍କ ସହିତ ପଡୋଶୀ ଶ୍ରୀଲଙ୍କା, ଭୂଟାନ, ବାଂଲାଦେଶ ଓ ନେପାଳର ଶୀର୍ଷ କମାଣ୍ଡର ମଧ୍ୟ ସାମିଲ୍ ହୋଇଛନ୍ତିା ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ସୈନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ଦେହାନ୍ତ ଘଟିଥିଲା । ଶୁକ୍ରବାର ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ ହୋଇଛି ।

ଏହି ସମୟରେ ପାକିସ୍ତାନର ଉଚ୍ଚାୟୋଗରେ କାର୍ଯ୍ୟରତ ସୁରକ୍ଷା ପରାମର୍ଶଦାତା ମଧ୍ୟ ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସିଡିଏସ ଜେନେରାଲ ରାୱତଙ୍କ ଅନ୍ତିମ ଯାତ୍ରାରେ ଶ୍ରୀଲଙ୍କାର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଶେଭେନ୍ଦ୍ର ସିଲଭା ମଧ୍ୟ ଉାପସ୍ଥିତ ଥିଲେ । ଏହା ବ୍ୟତୀତ ରୟାଲ ଭୂଟାନ ଆର୍ମିର ଡେପୁଟୀ ଚିଫ୍ ଅପରେସମନ ଅଫିସର ବ୍ରିଗେଡିୟର ଦୋରଜୀ ରିଞ୍ଚେନ ମଧ୍ୟ ସାମିଲ୍ ହୋଇଛନ୍ତି । ନେପାଳୀ ସେନାର ଚିଫ ଅଫ ଜେନେରାଲ ଷ୍ଟାଫ ଲେଫ୍ଟନାଣ୍ଟ ଜେନେରାଲ ବାଲିକୃଷ୍ଣ କାର୍କି ମଧ୍ୟ ସାମିଲ୍ ହୋଇଛନ୍ତି । ଏହା ବ୍ୟତୀତ ବାଂଲାଦେଶର ପ୍ରିନ୍ସିପଲ ଷ୍ଟାଫ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ୱାକିର ଉଜ ଜମାନ ମଧ୍ୟ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ ।

ସିଡିଏସ୍ ବିପିନ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କର ମଧ୍ୟ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ କ୍ରିତିକା ଓ ତାରିଣୀ ମୁଖାଗ୍ନି ଦେବା ସହିତ ଦିଲ୍ଲୀର ବ୍ରାର ସ୍କେ୍ୱୟାରରେ ପଞ୍ଚଭୂତରେ ବୀଲିନ ହୋଇଛନ୍ତି ସିଡିଏସ୍ । ସିଡିଏସଙ୍କୁ ୧୭ ତୋପ ସଲାମୀ ଦିଆଯାଇଥିବା ବେଳେ ଗୋଟିଏ ଯୁଇରେ ଜେନେରାଲ ଓ ମଧୁଲିକାଙ୍କୁ ସ୍ଥାନ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ୮୦୦ରୁ ଅଧିକ ସେନାଧିକାରୀ ଯୋଗ ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସିଡିଏସ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଉପସ୍ଥିତ ରହିଥିଲେ ।

 

 

Get real time updates directly on you device, subscribe now.