fbpx

୮ ଦିନର ଛୁଟି ନେଇ ଫେରାର ହେଲେ ଡାକ୍ତର ସୁମିତ : ସୂଚନା ଦେଲେ ତପସ୍ୱିନୀଙ୍କ ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ-ସୁମିତଙ୍କ ଏକାଠି ହେବାକୁ ଉପରେ ପୁଣି ଘୋଟିଛି ସଙ୍କଟର କଳାବାଦଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ୭ ଦିନ ଧରି ଏକାଠି ରହିଥିଲେ । ଏକାଠି ରହିବା ପରେ ପୁରୁଣା ପ୍ରେମ ଉଜ୍ଜୀବିତ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ଏପରିକି କୋର୍ଟ ଉଭୟଙ୍କୁ ଆଉ ୭ ଦିନ ଏକତ୍ର ରହିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଡାକ୍ତର ସୁମିତ ଏହା ମଧ୍ୟରେ କେଉଁ ଆଡେ ଫେରାର ହୋଇ ଯାଇଥିବା ନେଇ ତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି । ସକାଳୁ ସୁମିତ ଘରେ ନଥିବାରୁ ତପସ୍ୱିନୀ ହସ୍ପିଟାଲ ଫୋନ କରି ପଚାରିଥିଲେ । ତେବେ ପଚରା ଉଚୁରାରୁ ଡାକ୍ତର ସୁମିତ ୮ ଦିନ ପାଇଁ ଛୁଟି ନେଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହି ଘଟଣା ପରେ ତପସ୍ୱିନୀଙ୍କ ପକ୍ଷରୁ ନିଖୋଜ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.