fbpx
BJD SKY
BJD SKY

ମାହାଙ୍ଗା ଡବଲ୍ ମର୍ଡର: ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି

BJD

ମାହାଙ୍ଗା ଡବଲ୍ ମର୍ଡର ଘଟଣା, ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି । ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ମାହାଙ୍ଗା ଆଇଆଇସି । ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସାଲେପୁର ଜେଏମଏଫସି କୋର୍ଟରେ ଦାଖଲ କଲେ ରିପୋର୍ଟ । ୧୦ ସାକ୍ଷୀଙ୍କ ରେକର୍ଡ ହୋଇଥିବା ବୟାନ ରିପୋର୍ଟ ଦାଖଲ । ସିଡିଆର୍ ସଂରକ୍ଷଣ ରିପୋର୍ଟ ମଧ୍ୟ ଦାଖଲ କଲେ ଆଇଆଇସି । ପୂର୍ବରୁ ସାଲେପୁର ଆଇଆଇସିଙ୍କୁ ଘଟଣାର ପୁନଃତଦନ୍ତ ରିପୋର୍ଟ ସହ ସିଡିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ ।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ମାହାଙ୍ଗା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ (୭୫ ବର୍ଷ) ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳ (୮୨ ବର୍ଷ)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । କୋର୍ଟ ଏହି ମାମଲାରେ ପୁନଃ ଚାର୍ଜସିଟ୍ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ଧରା ପଡ଼ି ନଥିବା ବେଳେ ତାଙ୍କର ଏକ ଟ୍ରକ ଦୁର୍ଘଟଣାରେ ଗତ ଫେବୃଆରୀରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.