fbpx

ନୂଆବର୍ଷ ସଂଧ୍ୟାରେ ଖାଆନ୍ତୁ ଏହି ଜିନିଷ, ପୂରା ବର୍ଷ ରହିବ ଶୁଭ

ଆପଣଙ୍କୁ ଲାଗୁଛି କି ୨୦୨୨ ଆପଣଙ୍କ ପାଇଁ ଭଲ ନଥିଲା? ଯଦି ହଁ ତେବେ ୨୦୨୩ର ନୂତନ ବର୍ଷ ଆରମ୍ଭରେ କିଛି ଏମିତି ଜିନିଷ କରନ୍ତୁ ଯାହା ଆପଣଙ୍କୁ ଶୁଭ ଫଳ ଦେବ । ଏପରି ମଧ୍ୟ କୁହାଯାଏ ଯେ, ନୂତନ ବର୍ଷର ସନ୍ଧ୍ୟାରେ ଯଦି ଆପଣ କିଛି ଖାଆନ୍ତି ତେବେ ଏହା ଆପଣଙ୍କ ସାରା ବର୍ଷକୁ ଶୁଭ କରିବ । ଆଜି ଆମେ ଆପଣଙ୍କୁ ୭ଟି ଖାଦ୍ୟ କଥା କହିବୁ । ଏହା ମଧ୍ୟରୁ ଆପଣ ଯେକୌଣସି ଏକ ପ୍ରକାର ଖାଦ୍ୟ ଖାଇଲେ ଆପଣଙ୍କ ନୂଆ ବର୍ଷ ଅତି ଶୁଭମୟ ହେବ ।

କେକ: ଜନ୍ମଦିନ, ବିବାହ ବା ଆନିଭର୍ସରୀ ପାର୍ଟିରେ କେକ କଟାଯାଏ । ଏକ ସ୍ୱାଦିଷ୍ଟ କେକ ଆପଣଙ୍କ ନୂଆ ବର୍ଷର ପାର୍ଟିକୁ କେବଳ ଧମାଲ କରେ ନାହିଁ, ଏହାସହ ଶୁଭଫଳ ମଧ୍ୟ ଦେଇଥାଏ । ତେବେ ବାଦାମ ପଡ଼ିଥିବା କେକ ସଂଧ୍ୟାରେ ଖାଇଲେ ଏହା ଆପଣଙ୍କୁ ବର୍ଷ ସାରା ଶୁଭ ଫଳ ଦେବ ।

ନୁଡଲ୍ସ: କିଛି ଯାଗାରେ ନୁଡଲ୍ସର ଲମ୍ବାକୁ ମଣିଷର ଲମ୍ବା ଆୟୁଷ ସହ ତୁଳନା କରାଯାଏ । କେବଳ ଏହି କାରଣ ପାଇଁ ଚୀନ ଏବଂ ଜାପାନର ଲୋକ ନୂଆ ବର୍ଷର ସଂଧ୍ୟାରେ ନୁଡଲ୍ସ ଖାଇବାକୁ କେବେ ଭୁଲନ୍ତି ନାହିଁ । ଏକ ପରମ୍ପରା ଅନୁସାରେ, ବ୍ୟକ୍ତି ନୁଡଲ୍ସକୁ ନ ଭାଙ୍ଗି ଖାଇବା ବାଧ୍ୟତା ମୂଳକ ଥାଏ । ଯଦି ନୂଆ ବର୍ଷରେ ନୁଡ଼ଲ୍ସ ଖାଉଛନ୍ତି ତେବେ ନୁଡ଼ଲ୍ସକୁ ନଭାଙ୍ଗି ଖାଆନ୍ତୁ । ଏହା ଆପଣଙ୍କୁ ଶୁଭଫଳ ଦେବ ।

ଡାଲି: ଇଟାଲୀ ପରମ୍ପରାରେ ନୂତନ ବର୍ଷ ଦିନ ସଂନ୍ଧ୍ୟାରେ ଡ଼ାଲି ଖାଆନ୍ତି । ଡ଼ାଲି ବା ଶସ୍ୟ ଜାତୀୟ ଜିନିଷର ଦର ଅଧିକ ହୋଇଥାଏ । ସେଥିପାଇଁ ନୂଆବର୍ଷରେ ଡ଼ାଲି ଖାଇବା ଦ୍ୱାରା ସମ୍ପୂର୍ଣ୍ଣ ବର୍ଷରେ ଆର୍ଥିକ ପରିସ୍ଥିତି ଖରାପ ହୋଇ ନଥାଏ ।

ଫଳ: ନୂତନ ବର୍ଷରେ ଆପଣ ଫଳ ମଧ୍ୟ ଖାଇପାରିବେ । ସନ୍ଧ୍ୟରେ ଆପଣ ଅଙ୍ଗୁର ଖାଆନ୍ତୁ । ସ୍ପେନ ଏବଂ ମାକ୍ସିକୋରେ ୧୨ମାସକୁ ଶୁଭ ବନାଇବା ପାଇଁ ରାତିରେ ଅଙ୍ଗୁର ଖାଆନ୍ତି । ସେହିପରି ଗ୍ରୀସରେ ଡ଼ାଲିମ୍ବ ଜୀବନର ସମ୍ପୂର୍ଣ୍ଣତାର ପ୍ରତୀକ ରୂପେ ଧରାଯାଏ । ସେଥିପାଇଁ ଆପଣଙ୍କ ନ୍ୟୁ ଇୟର କିଛି ଡ଼ାଲିମ୍ବ ଦାନାରୁ ମଧ୍ୟ ଆରମ୍ଭ କରିପାରିବେ ।

ସବୁଜ ପନିପରିବା: ଡ଼େନମାର୍କର ଲୋକେ ଡ଼ାଲଚିନି ଏବଂ ସୁଗାର ସହିତ କଦଳୀ ସେବନ କରନ୍ତି । ଆମେରିକାରେ କିଛି ଲୋକ ନ୍ୟୁ ଇୟର ସନ୍ଧ୍ୟାରେ କଦଳୀକୁ ରାନ୍ଧି ଖାଇଥାନ୍ତି । କଥାରେ ଅଛି ଆପଣ ଯେତେ ପରିମାଣରେ ସବୁଜ ପନିପରିବା ଖାଇବେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସେତିକି ସାଥ ଦେବ ।

ମାଛ: ମାଛ ସର୍ବଦା ଆଗମୁହାଁ ହୋଇ ପହଁରେ ସେଥିପାଇଁ ଏହାକୁ ଶୁଭ ବୋଲି ଧରାଯାଇଛି । ଏହାସହ ମାଛର ତ୍ୱାଚାକୁ ଚାନ୍ଦୀ ସହ ତୁଳନା କରାଯାଇଛି ସେଥିପାଇଁ ନ୍ୟୁ ଇୟରରେ ମାଛ ଖାଇବାକୁ ଶୁଭ ବୋଲି ଧରାଯାଏ । ଜାପନର ଲୋକେ ମାଛର ଛାଲକୁ ଶୁଖାଇ ନିଜ ପର୍ସ ଭିତରେ ରଖଥାନ୍ତି ।

ଶସ୍ୟ: ଚାଉଳ, ଓଟ୍ସ, ଯଅ ଭଳି ଶସ୍ୟ ଯାହା ପାଣିରେ ପଡ଼ିଲା ପରେ ଫୁଲେ ତାହା ସମ୍ପୂର୍ଣ୍ଣତାର ପ୍ରତୀକ । ଧାର୍ମିକ କାର୍ଯ୍ୟକ୍ରମରେ ଅନ୍ନ ବା ଖିଚିଡ଼ି ତିଆରି ହେବାର ପରମ୍ପରା ରହିଛି । ଅନ୍ନ ରୋଷେଇ ହେବା ଦ୍ୱାରା ଏହା ନକରାତ୍ମକତାକୁ ଶୋଷି ନେଇଥାଏ । ନୂତନ ବର୍ଷରେ ସ୍ୱିଡ଼େନ ଏବଂ ଫିନଲ୍ୟାଣ୍ଡର ଲୋକେ ଚାଉଳରେ ବନିଥିବା ଡ଼ିଜର୍ଟକୁ ସନ୍ଧ୍ୟା ସମୟରେ ଖାଇଥାନ୍ତି । ସେଥିପାଇଁ ଶସ୍ୟ ଜାତୀୟ ଜିନିଷକୁ ଆପଣ ଘରେ ବାନାଇ ଖାଇପାରିବେ ।

Get real time updates directly on you device, subscribe now.