fbpx
BJD SKY
BJD SKY

ଆସନ୍ତା ୨୮ ତାରିଖ ପରେ ଦେଶରେ ମହଙ୍ଗା ହୋଇପାରେ ଖାଇବା ତେଲ, ଇଣ୍ଡୋନେସିଆ ପାଇଁ ସଙ୍କଟରେ ପଡ଼ିବ ଭାରତ

BJD

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଖାଇବା ତେଲର ଦର ବୃଦ୍ଧିହେବ । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା ପାଇଁ ତୈଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି । ଅଶୋଧିତ ତୈଳ ଓ ଖାଇବା ତେଲ ଉପରେ ମୁଖ୍ୟତଃ କଟକଣା ଲାଗୁ ହେବ । ଇଣ୍ଡୋନେସିଆ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଏହି ନିଷ୍ପତ୍ତି ଦ୍ୱାରା ଭାରତ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଖାଇବା ତେଲ ଓ ଅଶୋଧିତ ସାମଗ୍ରୀ ରପ୍ତାନୀ ଉପରେ ବ୍ୟାନ ଘୋଷଣା କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ । ଏହା ପୂର୍ବରୁ ଦେଶରେ ଖାଦ୍ୟ ସାମଗ୍ରୀର ମହଙ୍ଗାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆସନ୍ତା ୨୮ ତାରିଖଠାରୁ ଏହି କଟକଣା ଲାଗୁ ହେବ । ଅନ୍ୟପକ୍ଷରେ ଭାରତ ବିଶ୍ୱର ଖାଇବା ତେଲର ସବୁଠାରୁ ବଡ଼ ଆମଦାନୀକାରୀ । ପାମ ଅଏଲକୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ସବୁ ଦେଶରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ ।

ଏକ୍ସପର୍ଟଙ୍କ ମତରେ, ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ଅଏଲ ସଙ୍କଟ କାରଣରୁ ଭାରତରେ ଖାଇବା ତେଲର ଦର ବୃଦ୍ଧି ଦେଖିବାକୁ ମିଳିବ । ଭାରତ ବହୁମାତ୍ରାରେ ତୈଳ ଇଣ୍ଡୋନେସିଆରୁ ଆମଦାନୀ କରୁଥିବାରୁ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ୟୁକ୍ରେନ-ରୁଷିଆ ଯୁଦ୍ଧ କାରଣରୁ ବିଶ୍ୱରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖାଦେଇଛି । ବିଶ୍ୱର ୭୬ ପ୍ରତିଶତ ସୂର୍ଯ୍ୟମୁଖୀ ତୈଳ ରପ୍ତାନୀ ବ୍ଲାକ ସାଗର ଦେଇ କରାଯାଇଥାଏ । ମାତ୍ର ରୁଷ୍ ଉକ୍ତ ରାସ୍ତାକୁ ଅବରୋଧ କରିବା ଫଳରେ ବିଶ୍ୱରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖାଦେଇଛି ।

Get real time updates directly on you device, subscribe now.