fbpx
BSKY
BJD MC SKY
BJD YOUTH SKY

ସ୍ଲୋ-ପଏଜନର କାମ କରିଥାଏ ଅଧିକ ମାତ୍ରାରେ ସେବନ କରୁଥିବା ଏହି ଖାଦ୍ୟ; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲିର ବ୍ୟସ୍ତବଳୁଳ ଜୀବନରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବରେ ନେଇ ପାରନ୍ତି ନାହିଁ । ଫଳରେ ପରବର୍ତ୍ତିି ସମୟରେ ଆମକୁ ଅନେକ ପ୍ସକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସୁସ୍ଥ ରହିବାକୁ ହେଲେ ହେଲ୍ଦି ଡାଇଟ୍ ନିତ୍ୟାନ୍ତ ଜରୁରୀ । ତେଣୁ ସେମାନେ ପଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥିବା ଅନେକ ପ୍ରକାରର ଫଳ ଏବଂ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ବେଳେ ବେଳେ ଆମେ ଡେଲି ରୁଟିନରେ କିଛି ଖାଦ୍ୟକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ଯାହାକି ପରବର୍ତ୍ତି ସମୟରେ ଏହା ଆମ ସ୍ୱାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିବା ସହ ସ୍ଲୋ ପୋଏଜନର କାମ ମଧ୍ୟ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ…

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହିପରି ଖାଦ୍ୟରେ କ୍ୟାଲୋରୀ ସୋଡିୟମର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଥାଏ । ତେବେ ଆସନ୍ତୁ ଜାଣିବା ଏପରି କେଉଁ ଖାଦ୍ୟ ଅଛି ଯାହା ଆମ ଶରୀର ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହେବା ସହ ସ୍ଲୋ ପଏଜନର ପରି କାମ କରିଥାଏ ।

ଚିନି: ଚିନି ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଆମ ଶରୀରରେ ସ୍ଲୋ ପଏଜନ ପରି କାମ କରିଥାଏ । କାରଣ ଚିନିରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଥାଏ । ଯାହାକି ରକ୍ତରେ ଶର୍କରାସ୍ତରକୁ ବଢାଇଥାଏ । ଏତତ୍ ବ୍ୟତୀତ ଏଥିରେ ଥିବା କାର୍ବୋହାଇଡ୍ରେଟ୍ ମେଦବହୁଳତା ମଧ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ଯାହାକି ଶରୀର ପାଇଁ ବିଷ ସଦୃଶ ହୋଇଥାଏ । ତେଣୁ ଡେଲି ରୁଟିନରେ ଅଧିକ ମାତ୍ରାରେ ଚିନି ସେବନ କରିବା ଉଚିତ୍ ନୁହେଁ ।

ଲୁଣ: ଲୁଣ ବିନା କୌଣସି ଖାଦ୍ୟ ସ୍ୱାଦିଷ୍ଟ ହୋଇ ନଥାଏ ô ତେଣୁ ଆମ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାଇଁ ଲୁମ ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଇଁମାନେ ଅଧିକ ପରିମାଣର ଲୁଣ ସେବନ କରିଥାନ୍ତି । ଯାହାକି ପରବର୍ତ୍ତି ସମୟରେ ସେମାନଙ୍କୁ ବିପଦରେ ପକାଇଥାଏ । କାରଣ ଲୁଣରେ ପ୍ରଚୁର ପରିମାଣରେ ସୋଡିୟମ ରହିଥାଏ । ଯାହାକୁ ଅଧିକ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ । ଏଥିସହିତ ଅଦିକ ଲୁଣ ସେବନ ଦ୍ୱାରା କୋଲେଷ୍ଟ୍ରଲ,ଷ୍ଟ୍ରୋକ ମେଦବହୁଳତା ଏବଂ ଲିଭର ଜନିତ ସମସ୍ୟା ଆଦି ସୃଷ୍ଟି ହୋଇଥାଏ । ତ୍ରେୁ ଅଧିକ ମାତ୍ରାରେ ଲୁଣ ସେବନ ସ୍ୱାସ୍ଥ୍ୟ ପ୍ରଦି ବିପଦ ସୃଷ୍ଟି କରିବା ସହ ସ୍ଲୋ ପଏଜନର ସାମ ମଧ୍ୟ କରିଥାଏ ।

ଫ୍ରିଜ ଖାଦ୍ୟ: ଆଜିକାଲିର ବ୍ୟସ୍ତବହୁଳ ଜୀବନ ହେତୁ ଆମେ ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟ ସେବନ କରିଥାଉ । ଯାହାକି ଆମ ଶରୀର ପାଇଁ ବିଷ ସଦୃଶ କାମ କରିଥାଏ । କାରଣ ଫ୍ରିଜରେ ଅଧିକ ସମୟ ଖାଦ୍ୟ ସତେଜ ରହିବା ପାଇଁ ଏଥିରେ ସୋଡିୟମ୍ ଏବଂ କୃତିମ ସଂରକ୍ଷଣ ବ୍ୟହବହାର କରାଯାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏଥିସହିତ ଫ୍ରିଜରେ ରହିଥିବା ଖାଦ୍ୟରୁ ଭିଟାମିନର ମାତ୍ରା ମଧ୍ୟ କମିବା ସହ ପ୍ରାୟ ୭୦ ପ୍ରତିଶତ ସୋଡିୟମର ମାତ୍ରା ରହଥାଏ । ଯାହାକି ଉଚ୍ଚ ରକ୍ତଚାପର କାଣର ହୋଇଥାଏ ।

ମଇଦା ଜାତୀୟ ଖାଦ୍ୟ: ଆପଣ ଯଦି ପ୍ରତ୍ୟେକ ଦିନ ମଇଦା ଜାତୀୟ ଖାଦ୍ୟ ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରଲର ମାତଚ୍ରା ବଢାଇଥାଏ । ଯାହାଫଳରେ ମେଦ ବହୁଳତା ବଢିବା ସହ ଉଚ୍ଚ ରକ୍ତଚାପ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଅଧିକ ମାତ୍ରାରେ ମଇଦା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ସ୍ୱାସ୍ଥ୍ୟପାଇଁ ବିଷ ସଦୃଶ୍ୟ କାମ କରେ ।

Get real time updates directly on you device, subscribe now.