fbpx

ଅଧିକ ଚିକେନ୍ ଖାଇବା ଦ୍ୱାରା ବିଗିଢ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ କିପରି

ଚିକେନରେ ଅଧିକ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଲୋଭରେ ଆସି ଆପଣ ଅଧିକ ଚିକେନ୍ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଏହାର ଓଲଟା ପ୍ରତିକ୍ରିୟା ମିଳିପାରେ । ତେବେ ଚିକେନ୍ ଅଣ ଶାକାହାରୀ ଲୋକଙ୍କର ପ୍ରିୟ ଖାଦ୍ୟ । କିଛି ଲୋକଙ୍କୁ ଏହା ଏତେ ପରିମାଣରେ ପସନ୍ଦ ଯେ, ସେମାନେ ଏହାକୁ ପ୍ରତିଦିନ ଖାଇଥାନ୍ତି । କିନ୍ତୁ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ହାଇ କୋଲେଷ୍ଟ୍ରଲ ହୋଇପାରେ । ଏହା ବ୍ୟତିତ ଓଜନ ବଢ଼ାଇବା ଓ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଅଧିକ ଚିକେନ୍ ଖାଇବା ଦ୍ୱାରା କ’ଣ ଅସୁବିଧା ହୋଇଥାଏ…

ଓଜନ ବଢ଼ିଥାଏ
– ପ୍ରତିଦିନ ଚିକେନ୍ ଖାଇବା ଦ୍ୱାରା ଓଜନ ବଢ଼ିିଥାଏ । ଚିକେନ୍ ବିରିୟାନି, ବଟର ଚିକେନ୍, ଫ୍ରାଇ ଚିକେନରେ ଅଧିକ ମାତ୍ରାରେ କ୍ୟାଲୋରୀ ଅଧିକ । ତେଣୁ ସପ୍ତାହରେ ଏହାକୁ ଥରେ ଖାଇବା ଭଲ । କିନ୍ତୁ ପ୍ରତିଦିନ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇପାରେ ଓ ସେହି କାରଣରୁ କୋଲେଷ୍ଟ୍ରଲ ସ୍ତର ମଧ୍ୟ ବି ବଢ଼ିପାରେ ।

କୋଲେଷ୍ଟ୍ରଲ ବଢ଼ିିଥାଏ
– ଚିକେନକୁ ସଠିକ୍ ଉପାୟରେ ଖାଇଲେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ବଢ଼ିନଥାଏ । ଆପଣ ଏହାକୁ କିପରି ଖାଉଛନ୍ତି ତାହା ଉପରେ ନିର୍ଭର କରେ । ଯଦି ଆପଣ ଡିପ୍ ଫ୍ରାଇ ଚିକେନ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଏହା କୋଲେଷ୍ଟ୍ରୋଲ୍ ସ୍ତରକୁ ବଢ଼ାଇଥାଏ ।

ଅତ୍ୟଧିକ ଗରମ ଖାଦ୍ୟ
– ଚିକେନ୍ ସ୍ୱାଦ ଗରମ ହୋଇଥାଏ । ଏହା ଆପଣଙ୍କ ଶରୀରର ତାପମାତ୍ରା ବୃଦ୍ଧି କରିଥାଏ । ଖରାଦିନେ କିଛି ଲୋକଙ୍କ ନାକରୁ ପାଣି ବାହାରିଥାଏ, କାରଣ ଏପରି ଲୋକମାନେ ପ୍ରତିଦିନ ଚିକେନ ଖାଆନ୍ତି । ଯଦି ଚିକେନ୍ ଖାଇବା ସମୟରେ ଆପଣଙ୍କ ନାକରୁ ପାଣି ବାହାରୁଛି, ତେବେ କିଛି ଦିନ ପରେ ଏହାକୁ ଖାଇବା ଭଲ ।

ସଂକ୍ରମଣ ହେବାର ଆଶଙ୍କା
– ଚିକେନର ଖାସ୍ ଭାଗକୁ ଖାଇବା ଦ୍ୱାରା ମୂତ୍ରନଳୀ ସଂକ୍ରମଣ ହେବାର ଆଶଙ୍କା ଥାଏ । ରିସର୍ଚ୍ଚ ଅନୁଯାୟୀ, କିଛି ଚିକେନରେ ଇ-କୋଲାଇ ଜୀବାଣୁ ମିଳିଥାଏ, ଯାହା ମୂତ୍ରନଳୀକୁ ସଂକ୍ରମଣ କରିଥାଏ ।

 

Get real time updates directly on you device, subscribe now.