fbpx

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ଏଣିକି EVM ଡାଟା ଓ VVPAT ପର୍ଚିକୁ ମ୍ୟାଚ କରିପାରିବେ ପରାଜିତ ପ୍ରାର୍ଥୀ

ନୂଆଦିଲ୍ଲୀ: ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଏହା ମଧ୍ୟରେ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ନିର୍ବାଚନ ଆୟୋଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ମତଦାନ କେନ୍ଦ୍ରରେ କୌଣସି ଗଡ଼ବଡ଼ ହୋଇଥିବା ନେଇ କୌଣସି ପ୍ରାର୍ଥୀ ଆଶଙ୍କା କରନ୍ତି ତେବେ ସେ କ୍ଷେତ୍ରରେ ସେ କୌଣସି ମତଦାନର କୌଣସି ଇଭିଏମ୍ ଯାଞ୍ଚ ପାଇଁ ଚୟନ କରିପାରିବେ । ସେ ଇଭିଏମର ଡାଟା ଓ ଭିଭିପାଟ ପର୍ଚିକୁ ମ୍ୟାଚ କରିପାରିବେ । ମତଦାନ ଓ ମତଗଣନାରୁ ଅସନ୍ତୁଷ୍ଟା ଥିବା ପ୍ରାର୍ଥୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ଘୋଣୋ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜୁନ ୪ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ବର୍ତ୍ତମାନ ସୁଦ୍ଧା ୮ ଜଣ ପ୍ରାର୍ଥୀ ଅଭିଯୋଗ ଓ ଦ୍ୱିତୀୟ ଥର ମ୍ୟାଚ କରିବା ପାଇଁ ଆୟୋଗଙ୍କ ନିକଟରେ ଆବେଦନ କରିସାରିଛନ୍ତି । ସେଥି ମଧ୍ୟରେ ମେଶିନ, ଡାଟା, ଗଣନା, ମ୍ୟାଚ ଓ ମାଇକ୍ରୋଚିପରେ ଗଡ଼ବଡ଼ି ବା ଛେଡ଼ଛାଡ଼ କରାଯାଇଥିବା ଆଶଙ୍କା କରାଯାଇଥିବା ସାମିଲ ରହିଛି । ଆୟୋଗଙ୍କ ପକ୍ଷରୁ ନିର୍ବାଚନରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଏସଓପି ଜାରି କରାଯାଇ ସେମାନଙ୍କୁ ସୁବିଧା ଦେବାକୁ ଘୋଷଣା କରାଯାଇଛି ।

ନିୟମାନୁସାରେ, ପ୍ରାର୍ଥୀମାନେ ନିଜର ପସନ୍ଦର କୌଣସି ବୁଥ ଓ ଇଭିଏମର କ୍ରମ ସଂଖ୍ୟା ଦାଖଲ କରି ଆବଶ୍ୟକ ଶୁଳ୍କ ଦେଇ ଯାଞ୍ଚ କରିପାରିବେ । ଲୋକସଭା ନିର୍ବାଚନ ସମୟରେ ଇଭିଏମ୍ ଓ ଭିଭିଭିପାଟର ମେମୋରୀ ଭେରିଫିକେସନ ପାଇଁ ପ୍ରତି ମେଶିନ ପାଇଁ ୪୦ ହଜାର ଟଙ୍କା ଓ ତା’ ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସଏସଟି ଆଡଭାନ୍ସ ଭାବେ ଜମା କରିବାକୁ ପଡ଼ିଥାଏ । ଆୟୋଗଙ୍କ ଟେକନିକ ବିଶେଷଜ୍ଞଙ୍କ ଟିମ୍ ସମସ୍ତଙ୍କ ଆଗରେ ଡାଟା ଭେରିଫାଏ କରିଥାନ୍ତି । ଯଦି ଅଭିଯୋଗ ସଠିକ୍ ପ୍ରମାଣିତ ହୁଏ ଓ ଇଭିଏମ୍ ଡାଟା ଓ ପର୍ଚିରେ ଗଡ଼ବଡ଼ି ମିଳେ ତେବେ ଅଭିଯୋଗକାରୀଙ୍କ ସମସ୍ତ ଅର୍ଥ ଫେରସ୍ତ କରାଯିବ । ଅନ୍ୟପକ୍ଷରେ ଅଭିଯୋଗ ସଠିକ୍ ସାବ୍ୟସ୍ତ ନହେଲେ ଶୁଳ୍କ ଜବତ କରାଯିବ ।

Get real time updates directly on you device, subscribe now.