fbpx

ଖୁବଶୀଘ୍ର ECIଙ୍କ ପକ୍ଷରୁ ପରୀକ୍ଷଣ ହେବ Remote EVM: ଏଣିକି ଅନ୍ୟ ସହରରେ ଥାଇ କରିହେବ ଭୋଟିଂ

Advertisement

ନୂଆଦିଲ୍ଲୀ: ଭୋଟ ଦେବା ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କର ସାମ୍ବିଧାନିକ ଅଧିକାର । ମାତ୍ର ଯେଉଁମାନେ ନିଜ ଘରଠାରୁ ଦୂରରେ ରହୁଥାନ୍ତି ସେମାନେ ପ୍ରାୟତଃ ମତଦାନରୁ ବଞ୍ଚିତ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଖୁବଶୀଘ୍ର ଇସିଆଇ ରିମୋଟ ଇଭିଏମ୍ ପରୀକ୍ଷଣ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଅନ୍ୟ ସହରରେ ରହୁଥିବା ଲୋକମାନେ ସହଜରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିପାରିବେ ।

ସୂଚନା ମୁତାବକ, ଘରୋଇ ପ୍ରବାସୀ ମତଦାତାଙ୍କ ପାଇଁ ଦୂରସ୍ଥ ଇଭିଏମର ପ୍ରୋଟୋଟାଇପ ବିକଶିତ କରିଛି । ଏହା ବୁଥଠାରୁ ୭୨ ନିର୍ବାଚନ କ୍ଷେତ୍ରରେ ମତଦାନକୁ ନିୟନ୍ତ୍ରଣ କରିପାରିବ । ରିମୋଟ ଇଭିଏମର ପ୍ରାଥମିକ ମଡେଲ ଦେଖିବା ପାଇଁ ଆସନ୍ତା ଜାନୁଆରୀ ମାସ ୧୬ ତାରିଖରେ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ ଆମନ୍ତ୍ରଣ କରିଛନ୍ତି । ଏଥିସହିତ ଏହାକୁ ଲାଗୁ କରିବା ପାଇଁ ଆଇନ ଓ ପ୍ରଶାସନିକ ଚ୍ୟାଲେଞ୍ଜ ଉପରେ ସବୁ ଦଳଙ୍କଠାରୁ ପ୍ରସ୍ତାବ ମଗାଯାଇଛି ।

୩୦ କୋଟିରୁ ଅଧିକ ଭୋଟର ସେମାନଙ୍କର ମତଦାନରୁ ବିରତ ରହିବାକୁ ନେଇ ନିର୍ବାଚନ ଆୟୋଗ ଚିନ୍ତାବ୍ୟକ୍ତ କରିଛନ୍ତି । ଭୋଟରମାନେ ନୂଆ ସ୍ଥାନକୁ ଯିବା କାରଣରୁ ନିର୍ବାଚନରେ ମତଦାନ କରିବା ପାଇଁ ପୋଲିଂ ବୁଥରେ ପହଞ୍ଚି ପାରୁ ନାହାନ୍ତି । ଘରୋଇ ପ୍ରବାସୀମାନେ ଭୋଟିଂ ନେଇ ଅସମର୍ଥତା ପ୍ରକାଶ କରିବା ଚିନ୍ତାଜନକ ବିଷୟ । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ଇସିଙ୍କ ପକ୍ଷରୁ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.