fbpx

ଭୁବନେଶ୍ୱର ଏମ୍ସକୁ ଆସିବ ECMO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ଆସିବ ECMO ମେସିନ୍ । ଏହା ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଆସିବ ଏବଂ ଏହା ଚଳିତ ମାସ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଜଣାପଡିଛି । ଏନେଇ ECMO ଯୋଗାଣକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରେ ବର୍ତ୍ତମାନ ଏହାର ଅଧିକ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ଏହାକୁ ଓଡିଶାକୁ ଉପଲବ୍ଧ କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କାରଣ ଏଠାକାର ରୋଗୀ ମାନେ ECMO ମେସିନ୍ ର ସୁବିଧା ପାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟକୁ ଯାଉଛନ୍ତି । ଏନେଇ ଏମ୍ସର ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ବର୍ତ୍ତମାନ ଦୁଇଟି ECMO ମେସିନର ଅର୍ଡର ଦିଆଯାଇଛି ।

Get real time updates directly on you device, subscribe now.