fbpx

ଆଜି ବିରଳ ସୂର୍ଯ୍ୟପରାଗ: ଜାଣନ୍ତୁ କିପରି ଦେଖିପାରିବେ ବିରଳ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ଆଜି ପୃଥିବୀର ବିଭିନ୍ନ ସ୍ଥାନରେ ବାର୍ଷିକ ସୂର୍ଯ୍ୟପରାଗ ପରିଲକ୍ଷିତ ହେଉଛି । ଏହା ସହ ଚନ୍ଦ୍ର, ପୃଥିବୀ ଏବଂ ସୂର୍ଯ୍ୟ ଏକ ସରଳ ରେଖାରେ ରହି ଏକ ବିରଳ ମହାଜାଗତିକ ଘଟଣା ସୃଷ୍ଟି କରିବେ । ତେବେ ଆଜିର ସୂର୍ଯ୍ୟପରାଗ ଅତି ବିରଳ, କାରଣ ଏହି ଗ୍ରହଣରେ ଚନ୍ଦ୍ର ଚାରିପାଖରେ ଏକ ନିଆଁ ବଳୟ ଦେଖାଯିବ । ଯାହା କାନାଡା ଏବଂ ସାଇବରିଆର କିଛି ଅଂଶରେ ଦେଖାଯିବ ।

ସୂର୍ଯ୍ୟଗ୍ରହଣ ସମୟରେ ପୃଥିବୀ ଉପରେ ଚନ୍ଦ୍ରର ଛାୟା ପଡିଥାଏ । ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କଲାବେଳେ ସୂର୍ଯ୍ୟଠାରୁ ଆସୁଥିବା ଆଲୋକକୁ ଅବରୋଧ କରେ । ତେବେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଏହି ଉଜ୍ୱଳ ଆଲୋକକୁ ଅବରୋଧ କରିବା ଫଳରେ ଚନ୍ଦ୍ର ଚାରିପାଖରେ ନିଆଁ ବଳୟ ପରି ଏକ ଦୃଶ୍ୟ ସୃଷ୍ଟି ହେବ ।

ଏହି ବିରଳ ମହାକାଶୀୟ ଘଟଣା ଭାରତରେ କେବଳ ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଭାଗରେ ମାତ୍ର କିଛି ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ତେବେ ଆପଣ ଏହି ମହାଜାଗତିକ ଘଟଣାକୁ ୟୁଟ୍ୟୁବରେ ‘Time and Date’ ଚ୍ୟାନେଲରେ ଦେଖିପାରିବେ । ଚନ୍ଦ୍ରଗ୍ରହଣ ଅପରାହ୍ନ ୧.୪୨ ରୁ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ନ ୬.୪୧ ପର୍ଯ୍ୟନ୍ତ ଚାଲିବ ।

ବିରଳ ମହାଜାଗତିକ ଦୃଶ୍ୟ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର ବିସ୍ତୃତ ଅଞ୍ଚଳରେ ଦେଖାଯିବ । ଗ୍ରୀନଲ୍ୟାଣ୍ଡ, ଉତ୍ତର-ପୂର୍ବ କାନାଡା, ଉତ୍ତର ମେରୁ ଏବଂ ଋଷିଆର କିଛି ଅଂଶରେ ଚନ୍ଦ୍ରରେ ଚାରିପାଖରେ ଦେଖାଯିବାକୁ ଥିବା ନିଆଁ ବଳୟ ଦୃଶ୍ୟମାନ ହେବ । ସାଇବେରିଆ ଏବଂ ଉତ୍ତର ମେରୁ ଅଞ୍ଚଳରେ ଏହି ଦୃଶ୍ୟ ସୂର୍ଯ୍ୟପରାଗ ଶୀର୍ଷରେ ଥିବା ସମୟରେ ଦେଖାଯିବ ।

Get real time updates directly on you device, subscribe now.