fbpx

ପ୍ଲାଷ୍ଟିକ ବଦଳରେ ପେପର ବ୍ୟାଗରେ ମିଳିବ ପାଣି; ପଢନ୍ତୁ ପୁରା ଖବର

Advertisement

ହାଇଦ୍ରାବାଦ: ପେପର କପରେ ଚା ଓ କଫି ପିଇଥିବେ ଆପଣ । ତେବେ ପେପର ବ୍ୟାଗରେ ପାଣି ବୋତଲ, ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଏପରି କିଛି ଚମକ୍ରାରିତା କରି ଦେଖାଇଛନ୍ତି ଦୁଇ ଜଣ ଯୁବକ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ହାଇଦ୍ରାବାଦର ଦୁଇ ଯୁବକ ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ଏହି ଷ୍ଟାର୍ଟଅପ୍ ଜରିଆରେ ଏଣିକି ପେପର ବ୍ୟାଗରେ ପାଣି ମିଳିବ । ବିଶ୍ୱରେ ପ୍ଲାଷ୍ଟିକ ଆବର୍ଜନା ଜନିତ ପ୍ରଦୂଷଣ ଶିଖରରେ ପହଞ୍ଚିଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୁଇ ଯୁବକ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ବଦଳରେ ପେପର କଣ୍ଟେନରରେ ପାଣି ବିକ୍ରି କରୁଛନ୍ତି ଏହି ଦୁଇ ଯୁବକ । ଏହା ସହିତ ଏହି ପେପର କଣ୍ଟେନର ଗୁଡିକ ପୁନଃବ୍ୟବହାର ଯୋଗ୍ୟ ବୋଲି କୁହାଯାଇଛି ।

ଏପରି ଅନନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ହାଇଦ୍ରାବାଦର ଦୁଇ ଯୁବକ ସୁନୀତ ତାତିନେନୀ ଓ ଚୈତନ୍ୟ ଅୟାନାପୁଡି । ଦୁଇ ଯୁବକ ପ୍ରଥମରୁ ଆଇଟି କମ୍ପାନୀରେ କାମ କରୁଥିଲେ । ତେବେ ନିଜର କର୍ପୋରେଟ୍ ଚାକିରୀ ଛାଡିବା ସହିତ ଏହି ଷ୍ଟାର୍ଟ ଅପର ଶୁଭାରମ୍ଭ କରିଥିଲେ । କାରୋ ୱାଟର ନାମକ ଏହି ଷ୍ଟାର୍ଟଅପରେ କାର୍ଡ ବୋର୍ଡ ବ୍ୟବହାର କରାଯାଇ ଜଳ ସଂରକ୍ଷିତ ରଖାଯାଇ ପାରୁଛି । ଏହି ପେପର ବ୍ୟାଗଟି ପୁନଃବ୍ୟବହାର ଯୋଗ୍ୟ ହୋଇଥିବାରୁ ଏହା ଦ୍ୱାରା ଅର୍ଥନୈତିକ ଫାଇଦା ମଧ୍ୟ ମିଳିଥାଏ ବୋଲି ଦୁଇ ଯୁବକ କହିଛନ୍ତି । ଏହି ଷ୍ଟାର୍ଟଅପ୍ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ୮୫ ପ୍ରତିଶତ ହ୍ରାସ କରିବା ପାଇଁ ଉଭୟ ଯୋଜନା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଏହି ପାଣି ବୋତଲ କେବଳ ୫ ଓ ୨୦ ଲିଟର ପ୍ୟାକରେ ଉପଲବ୍ଧ ହେଉଛି । ୫ ଲିଟର ଡବାର ମୂଲ୍ୟ ୭୫ ଟଙ୍କା ରହିଥିବା ବେଳେ ୨୦ ଲିଟର ଡବାର ମୂଲ୍ୟ ୧୨୦ ଟଙ୍କା ରହିଛି । ପ୍ରାରମ୍ଭିକ ଭାବରେ ହସ୍ପିଟାଲ ଓ ହୋଟେଲ ଗୁଡିକରୁ ସେମାନେ ବ୍ୟବସାୟ ଆରମ୍ଭ କରିଥିବା ଦୁଇ ଯୁବକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.