fbpx

ପାକିସ୍ତାନରେ ଆର୍ଥିକ ସ୍ଥିତି ଦୁର୍ବଳ, ଚିକେନ କିଲୋ ୬୫୦, ସିଲିଣ୍ଡର ପିଛା ୧୦ହଜାର

Advertisement

ନୂଆଦିଲ୍ଲୀ:  ୨୦୨୨ ବର୍ଷରେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ କାଙ୍ଗାଳ ସମସ୍ୟା ଦେଖାଯାଇଥିଲା । ବର୍ତ୍ତମାନ ୨୦୨୩ ବର୍ଷରେ ଆମର ଆନ୍ୟ ଏକ ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଯେଉଁଠାରେ ଦର ମହଙ୍ଗା ହୋଇ ଆକାଶ ଛୁଇଁବାକୁ ବସିଲାଣି ସେଠାରେ ଜନସାଧାରଣଙ୍କ ପାଖରୁ ମୌଳିକ ସୁବିଧା କମିବାରେ ଲାଗିଛି ଏବଂ ବିଦେଶ ମୁଦ୍ରା ଭଣ୍ଡାରରେ ମଧ୍ୟ କମିବାରେ ଲାଗିଛି । ଶ୍ରୀଲଙ୍କା ଭଳି ପାକିସ୍ତାନରେ ବର୍ତ୍ତମାନ ଆର୍ଥିକ ସ୍ଥିତିରେ ସଂକଟ ଦେଖାଦେଇଛି । ପାକ ର ରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦେଶ ଗମ୍ଭୀର ସ୍ଥିତିରେ ଗତି କରୁଛି । ପେଟ୍ରୋଲ-ଡ଼ିଜେଲ, ଖାଦ୍ୟ ଦର ତଥା ଗ୍ୟାସ ଏବଂ ବିଜୁଳି ଦର ସ୍ଥାନୀୟ ଲୋକଙ୍କ ପାଖେ ପହଁଚିବା ଦୂର ହେଇଯାଉଛି । ଦେଶରେ ଦର ମହଙ୍ଗା ଏଥିପାଇଁ ହେଉଛି କାରଣ ଡ଼ିସେମ୍ବର ୨୦୨୨ରେ ମୁଦ୍ରାସ୍ପିତି ବଢି ୨୪.୫ରେ ପ୍ରତିଶତରେ ପହଁଚିଛି । ଏଥିସହ ପାକିସ୍ତାନରେ କରଜ ମଧ୍ୟ ବଢିବାରେ ଲାଗିଛି ।

ବିଜନେସ ମାନକ ଅନୁସାରେ, ପାକିସ୍ତାନରେ ଉପଭୋକ୍ତାଙ୍କ ମୂଲ୍ୟ ସୂଚକାଙ୍କ ଡ଼ିସେମ୍ବରରେ ୨୪.୫ ପ୍ରତିଶତ ବଢିଯାଇଛି । ଏକ ବର୍ଷ ପୂର୍ବରୁ ଏଥିରେ ୧୨.୨୮ ପ୍ରତିଶତ ରହିଥିଲା । ଏହାକୁ କାବୁ କାରିବା ଦିଗରେ ସରକାର ଅସଫଳ ହେଉଛନ୍ତି । ଫାଇନାନ୍ସ ମିନିଷ୍ଠ୍ରୀ ଦେଶର ଏହି ଅବସ୍ଥାକୁ ଦେଖି ୨୪ ରୁ ୨୫ ପ୍ରତିଶତ କରିବାକୁ ଅନୁମାନ କରିଥିଲେ । ପାକିସ୍ତାନରେ ମୁଦ୍ରାସ୍ପିତି ୩୫.୫ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ପରିବହନ ଦର ୪୧.୨ ପ୍ରତିଶତ ଏବଂ ଜୋତାର ମୂଲ୍ୟ ୧୭.୧ ପ୍ରତିଶତ ବୃଦ୍ଧି ପାଇଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥା ଶ୍ରୀଲଙ୍କା ଠାରୁ ମଧ୍ୟ ଖରାପ ପରିସ୍ଥିତିରେ ଗତି କରୁଛି । ପାକିସ୍ତାନରେ ଚିକେନ ଦର ୬୫୦ ଟଙ୍କା କିଲୋ ପ୍ରତି ବିକ୍ରି କରାଯାଉଛି । ଏହି ମୂଲ୍ୟ ଆଗକୁ ବଢି ୮୦୦ଟଙ୍କାରେ ପହଁଚିପାରେ । ସେହିପରି ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୦,୦୦୦ ଟଙ୍କା ରହିଛି । ସେଠାରେ ଲୋକ ମୂଲ୍ୟକୁ ଦେଖି ପ୍ଲାଷ୍ଟିକ ଜାରରେ ଗ୍ୟାସ ଷ୍ଟୋର କରିବାକୁ ବାଧ୍ୟ ହେଉଛନ୍ତି । ଏହା ବ୍ୟତିତ ପାକିସ୍ତାନରେ ଗହମ ମହଙ୍ଗା ହେବା ଯୋଗୁଁ ସେଠାରେ ଲୋକେ ରୁଟି ଖାଇବା ଭୁଲି ଗଲେଣି । ସେହିପରି ବିଜୁଳି ଦରରେ ବୃଦ୍ଧି ହେତୁ ସରକାର ରାତି ୧୦ଟା ପରେ ସମସ୍ତ ବିଜୁଳି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଇଲେକ୍ଟ୍ରି ବିଲ୍ କମ ଦେବାକୁ ପଡ଼ିବ ।

ଆର୍ଥିକ ସଙ୍କଟରେ ଗତି କରୁଥିବା ପାକିସ୍ତାନର ସ୍ଥାନୀୟ ମିଡ଼ିଆ ସୂଚନା ଅନୁସାରେ, ଦେଶରେ ଗରିବ ଦର ୩୫.୭ ପ୍ରତିଶତ ବୃଦ୍ଧି ଘଟିଛି । ଏହି ହିସାବରେ ପାକିସ୍ତାନର ଅନ୍ତରାଷ୍ଟ୍ରୀୟ ଗରିବ ସୁଚଙ୍କାକ ତାଲିକାରେ ୧୧୬ ଦେଶରେ ୯୨ ସ୍ଥାନରେ ପହଁଚି ସାରିଛି । ରିପୋର୍ଟରେ କୁହାଯାଇଛି ଯେ, ଯଦି ସରକାର ମହଙ୍ଗା ଦରକୁ କାବୁ କରିବା ପାଇଁ ବିକଳ୍ପ ଖୋଜୁଛନ୍ତି ତବେ ଖାଦ୍ୟ ସୁରକ୍ଷା ଉପରେ ଗଭୀର ସଙ୍କଟ ଦେଖାଦେଇ ପାରେ । କାରଣ ଏହା ପୂର୍ବରୁ ପାକିସ୍ତାନରେ ଆତଙ୍କର ଗତିବିଧି, ଆଫଗାନିସ୍ଥାନ ସଂଘର୍ଷ, କ୍ଲାଇମେଣ୍ଟ ଚେଞ୍ଜ ଏବଂ  ଖାଦ୍ୟ ସୁରକ୍ଷା ସ୍ଥିତି ବଢି ଯାଇଛି ।

 

Get real time updates directly on you device, subscribe now.