fbpx
BJD
BJD SKY
BJD SKY

ଚୀନ୍ କମ୍ପାନୀ Vivo ମୋବାଇଲ୍ସ ଉପରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ୪ ଜଣ ଗିରଫ

BJD

ନୂଆଦିଲ୍ଲୀ: ଚୀନ୍ ମୋବାଇଲ୍ କମ୍ପାନୀ ଭିଭୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ଜଣେ ଚୀନ୍ ନାଗରିକଙ୍କ ସହିତ ଇଡି ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଲାଭା ଇଣ୍ଟରନ୍ୟାସନାଲର ଏମଡି ମଧ୍ୟ ଅଛନ୍ତି । ଲାଭା ଭାରତୀୟ ମୋବାଇଲ୍ କମ୍ପାନୀ ଅଟେ । ଏହି ସମସ୍ତ ଲୋକଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଛି ।

ଇଡି ସୂତ୍ର ଅନୁସାରେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରେ ଚୀନ୍‌ର ନାଗରିକ ଆଣ୍ଡ୍ର‌୍ୟୁ କୁଆଙ୍ଗ, ଲାଭା ଇଣ୍ଟରନ୍ୟାସନାଲ ଏମଡି ହରି ଓମ୍ ରାୟ ଓ ରାଜନ ମଲ୍ଲିକ ଏବଂ ନିତିନ ଗର୍ଗ ନାମକ ଚାଟାର୍ଡ ଆକାଉଣ୍ଟାଣ୍ଟ ସାମିଲ ଅଛନ୍ତି । ଇଡିର ଏହି କାର୍ଯ୍ୟାନୁଷ୍ଠାନ ଭିଭୋ ମୋବାଇଲ୍ସ ଉପରେ ଏକ ବର୍ଷରୁ ଅଧିକ ସମୟ ତଳେ ହୋଇଥିବା ରେଡ୍ ପରେ ନିଆଯାଇଛି ।

ଗତ ବର୍ଷ ଇଡି ସାରା ଦେଶରେ ଥିବା ଭିଭୋର ମୋଟ ୪୮ ସ୍ଥାନରେ ରେଡ୍ କରିଥିଲା । ଏହି ସମୟରେ ଭିଭୋ ସହ ଜଡିତ ୨୩ କମ୍ପାନୀ ବିରୁଦ୍ଧରେ ଯାଞ୍ଚ କରାଯାଇଥିଲା । ଇଡି ଅନୁଯାୟୀ ଭିଭୋ ମୋବାଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୨୦୧୪ , ଅଗଷ୍ଟ ୧ରେ ସ୍ଥାପନ କରାଯାଇଥିଲା । ଅଭିଯୋଗ ହୋଇଛି ଯେ, ଏହି କମ୍ପାନୀ ସ୍ଥାପନ ସମୟରେ ନିୟମର ଉଲଙ୍ଘନ କରିଛି । ଏହା ସହିତ ମନି ଲଣ୍ଡ୍ରିଂ ଅଭିଯୋଗ ବି ଆସିଛି । ଏହି କାରଣରୁ କମ୍ପାନୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

Get real time updates directly on you device, subscribe now.