fbpx

ଆସନ୍ତା ୨୮ରେ ଚନ୍ଦ୍ରଗ୍ରହଣ; ଗ୍ରହଣ ଦର୍ଶନ କେଉଁ ରାଶିର ଲୋକଙ୍କ ପାଇଁ ଶୁଭ, କେଉଁ ରାଶିର ଲୋକଙ୍କ ପାଇଁ ଅଶୁଭ

ଓଡ଼ିଶା ଭାସ୍କର: ଆସନ୍ତା କୁମାରପୂର୍ଣ୍ଣିମାରେ ହେବାକୁ ଯାଉଛି ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଜାଣନ୍ତୁ ସେଦିନର ଦିନଚର୍ଯ୍ୟା, ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ । ବୃଦ୍ଧ, ରୋଗୀ, ଶିଶୁ, ବିଦେଶରେ ଥିବା ଲୋକଙ୍କ ପାଇଁ ଏହା ପାଳନୀୟ ନୁହେଁ । ଜାଣନ୍ତୁ ଗ୍ରହଣ ଦର୍ଶନ କେଉଁ ରାଶିର ଲୋକଙ୍କ ପାଇଁ ଶୁଭ, କେଉଁ ରାଶିର ଲୋକଙ୍କ ପାଇଁ ଅଶୁଭ । ୬ଟି ରାଶି ପାଇଁ ଶୁଭ ହୋଇଥିବାବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ । ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ ବୋଲି କହିଛନ୍ତି ଜ୍ୟୋତିର୍ବିଦ ।

ଅନେକ ଲୋକ ଗ୍ରହଣ ସମ୍ପର୍କିତ ନୀୟମାବଳୀକୁ ମାନୁ ନଥିବା ବେଳେ ଅନେକ ଲୋକ ଏହାକୁ ମାନିଥାନ୍ତି । ବିଜ୍ଞାନକୁ ଆଖିଠାର ମାରି ବେଦକୁ ଭୁଲି ଯାଉଛନ୍ତି କେତେକ ସ୍ଵୟଂ ଘୋଷିତ ହେତୁବାଦୀ । ବିଗତ ଦିନରେ ବିଭିନ୍ନ ବିବାଦ ଘଟିଥିବା ବେଳେ ଏବର୍ଷ ଯେପରି ସେସବୁର ପୁନରାବୃତି ନ ହୁଏ, ସେ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ । ଏଠି ଆମେ କାହାର ଆସ୍ତା କିମ୍ବା ନିଜର ଚେତନା କି ଚିନ୍ତନ ଉପରେ କିଛି ମନ୍ତବ୍ୟ ରଖୁନାହୁଁ । ବରଂ ସଚେତନତା ଆମର ମୂଳ ଲକ୍ଷ୍ୟ ।

Get real time updates directly on you device, subscribe now.