fbpx
BSKY
BJD YOUTH SKY
BJD MS SKY

ରାସ୍ତା ମଝିରେ ରିଲସ୍ କରି ଅଡ଼ୁଆରେ ମହିଳା କଣ୍ଟେଣ୍ଟ କ୍ରିଏଟର

ଗୁଜରାଟ: ବର୍ତ୍ତମାନ ସମୟରେ ‘ରିଲସ୍’ ମାୟାଜାଲ ସମସ୍ତଙ୍କୁ ଛନ୍ଦି ରଖିଛି । ପ୍ରତ୍ୟେକ ବର୍ଗର ବ୍ୟକ୍ତି ନିଜର ସୋସିଆଲ ମିଡିଆରେ ଭିଡିଓ ବନାଇବାରେ ବ୍ୟସ୍ତ । ଏହା ଦ୍ୱାରା ସୃଷ୍ଟି ହୋଇଛନ୍ତି କେତେକ କଣ୍ଟେଣ୍ଟ କ୍ରିଏଟର ବା ଏପରି କୁହାଯାଇପାରେ ଇନଫ୍ଲୁଏନ୍ସର । କେତେକଙ୍କୁ ଏହା ପାଇଁ ପ୍ରଶଂସା ମିଳିଥାଏ ତ’ କିଛିଜଣ ଏହା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।

ସେହିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗୁଜରାଟର ଜଣେ ମହିଳା ଇନଫ୍ଲୁଏନ୍ସର । ମହିଳା ଜଣକ ହେଲେ ଦୀନା ପରମାର । ସେ ରାସ୍ତା ମଝିରେ ଯୋଗ ଭିଡିଓ କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ସେ ଏହି ଭିଡିଓ ବନାଉଥିବା ସମୟରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଇଛି । ଏହା ଦ୍ୱାରା ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।

ରାଜକୋଟ ପୁଲିସ ଏନେଇ ମହିଳାଙ୍କୁ ଏପରି କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛି । ଏହା ଦ୍ୱାରା ସେ ଟ୍ରାଫିକ ନିୟମର ଉଲ୍ଲଂଘନ କରିବା ସହ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଅସୁବିଧା ଉପୁଜାଉଥିବା ପୁଲିସ କହିଛି ।

ତେବେ ଏହା ପରେ ମହିଳା ଜଣକ ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ରାଜକୋଟ ପୁଲିସକୁ କ୍ଷମାପ୍ରାର୍ଥନା କରିଥିଲେ । ସେହି ଭିଡିଓକୁ ‘ଏକ୍ସ’ରେ ରାଜକୋଟ ପୁଲିସ ଶେୟାର କରିଛି । ଏହା ସହ ସମସ୍ତଙ୍କୁ ରାସ୍ତାର ନିୟମ ମାନିବା ସହ ସଡ଼କ ସୁରକ୍ଷା ପ୍ରତି ସଚେତନ ରହିବାକୁ ଉପଦେଶ ଦେଇଛି । ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି ।

Get real time updates directly on you device, subscribe now.