fbpx

Hurun India Rich List : ଅମ୍ବାନୀ ହେଲେ ଭାରତର ସବୁଠାରୁ ଧନୀ, ତାଲିକାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କିଏ ରହିଛନ୍ତି ଜାଣନ୍ତୁ

AAKASH

ନୂଆଦିଲ୍ଲୀ: ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ଅନୁସାରେ ରିଲ।ଏନ୍ସ ଇଣ୍ଡଷ୍ଟ୍ରୀଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବେ ସବୁଠାରୁ ଧନୀ ଭାରତୀୟ । ଗୌତମ ଆଦାନୀଙ୍କୁ ପଛରେ ପକାଇ ଏବେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ହୁରୁନ ଇଣ୍ଡିଆ ଓ ୩୬୦ ୱାନ ୱେଲ୍‌ଥ ଦ୍ୱାରା ମିଳିତ ଭାବରେ ଜାରି ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୩ର ରିପୋର୍ଟରେ ଭାରତରେ ଅରବପତିଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ପରିବାର ୮,୦୮,୭୦୦କୋଟିର ମୋଟ ସମ୍ପତ୍ତି ସହିତ ଶୀର୍ଷ ସ୍ଥାନକୁ ଚାଲି ଯାଇଛନ୍ତି ।

ଋିପୋର୍ଟ ଅନୁସାରେ ୬୬ ବର୍ଷୀୟ ମୁକେଶ ଅମ୍ବାନୀଙ୍କ ସଂପତ୍ତି ଗତ ବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ ବଢିଯାଇଛି । ଅନ୍ୟପକ୍ଷରେ ୬୧ ବର୍ଷୀୟ ଗୌତମ ଆଦାନୀ ପରିବାରର ସଂପତ୍ତି ହିଣ୍ଡନବର୍ଗ ରିପୋର୍ଟ ପରେ ୫୭ ପ୍ରତିଶତ ହ୍ରାସ ପାଇ ୪୭୪,୮୦୦ କୋଟି ଟଙ୍କାରେ ପହଞ୍ଚିଛି । ହିଣ୍ଡନବର୍ଗ ଏହି ବର୍ଷ ଜାନୁୟାରୀରେ ଆଦାନୀ ସମୂହ ଉପରେ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟରେ ଗ୍ରୁପ୍ ଉପରେ ବହୁ ଗମ୍ଭୀର ଅଭିଯୋଗ ଲଗାଯାଇଥିଲା । ଏହାପରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପରେ ଐତିହାସିକ ହ୍ରାସ ପରିଲକ୍ଷିତ ହୋଇଥିଲା । ଏହା ବ୍ୟତିତ ତାଙ୍କ ବ୍ୟକ୍ତିଗତ ସଂପତ୍ତି ପରିମାଣ ବି ହ୍ରାସ ପାଇଥିଲା ।

ଭାରତୀୟ ଧନୀ ତାଲିକାରେ ୩ୟ ସ୍ଥାନ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ପ୍ରମୋଟର ପୁନାବାଲା ପରିବାର ବଜାୟ ରଖିଛନ୍ତି । ଏହି ପରିବାରର ସଂପତ୍ତି ୨୭୮,୫୦୦କୋଟି ଟଙ୍କା ଯାହା ଗତ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ । ଏଚସିଏଲ୍‌ର ୭୮ ବର୍ଷୀୟ ଶିବ ନାଦାର ଓ ଗ୍ରୁପ୍ ୨୨୮,୯୦୦କୋଟି ଟଙ୍କାର ସଂପତ୍ତି ସହ ୪ର୍ଥ ସ୍ଥାନରେ ରହିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ସଂପତ୍ତି ୨୩ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.