fbpx

ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

Advertisement

ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରିଛି ଇଡି । ଅଭୟକାନ୍ତଙ୍କ ମୋଟ ୨୯ ଲକ୍ଷ ୮୩ ହଜାର ଟଙ୍କାର ସଂପତ୍ତିକୁ ଆଟାଚ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ଇଡି ।

ସୂଚନାଯୋଗ୍ୟ, ନଭେମ୍ବର ୨୦୨୦ ରେ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ଅଭୟ ପାଠକଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା  । ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା ।

ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ପ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ପୁଣେ, ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଇଥିଲେ ଅଭୟକାନ୍ତ। ଭୁବନେଶ୍ବରରୁ ଦିଲ୍ଲୀ ଓ ଭୁବନେଶ୍ବରରୁ ପାଟଣା ଯାଇଥିଲେ ଅଭୟକାନ୍ତ । ଥରେ ଚାଟାର୍ଡ ପ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ । ଅନ୍ୟପଟେଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡିଥିଲା ପୋଲିସ ।

Get real time updates directly on you device, subscribe now.