fbpx
BJD SKY
BJD SKY

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ୨ଟି ସମନ, ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ସମନ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଛି । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଛି । ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହଜାର ହେବାକୁ ନୋଟିସ୍ ପଠାଯାଇଛି । ସେହିଭଳି ଜଳ ବୋର୍ଡ ମାମଲାରେ କାଲି ହାଜର ହେବାକୁ ନୋଟିସ୍ ମିଳିଛି ।

ଏହାପୂର୍ବରୁ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଆଠଥର ଡାକିସାରିଛନ୍ତି। କେଜ୍ରିୱାଲ ଗତ ଫେବୃଆରୀ ୨୭ ରେ ନୋଟିସ ପାଇଥିଲେ। ଏଥିରେ ତାଙ୍କୁ ମାର୍ଚ୍ଚ ୪ ରେ ଇଡି କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। କିନ୍ତୁ କେଜ୍ରିୱାଲ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ସେ ଏଜେନ୍ସିରେ ହାଜର ହେବେ। ଏହି ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ପହଞ୍ଚିଥିଲା ​​ଯେଉଁଠାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Get real time updates directly on you device, subscribe now.