fbpx

ଇଡି ପଠାଇଲା ନୋଟିସ୍; ଫ୍ଲିପକାର୍ଟ ଉପରେ ଲାଗିପାରେ ୧୦୬୦୦ କୋଟିର ଜୋରିମାନା

AAKASH

ନୂଆଦିଲ୍ଲୀ: ଭାରତୀୟ ଡିଜିଟାଲ୍ ବଜାରରେ ଲୋକପ୍ରିୟ ଇକମର୍ସ ସାଇଟ ୱାଲ୍ମାର୍ଟ ଫ୍ଲିପକାର୍ଟକୁ ଲାଗିଛି ବଡ଼ ଝଟ। ବୈଦେଶିକ ନିବେଶକୁ ନେଇ କମ୍ପାନୀକୁ ନୋଟିସ୍ କରିଛି ପ୍ରବର୍ତ୍ତନ ମନ୍ତ୍ରାଳୟ । ଫ୍ଲିପକାର୍ଟ ବିଦେଶରୁ ଟଙ୍କା ନିବେଶ କରିବାରେ ଆଇନ୍ ଉଲଂଘନ କରିଥିବାରୁ ଏନେଇ ନିଜ ପକ୍ଷ ରଖିବାକୁ ଏଜେନ୍ସି କହିଛି । ତେବେ ଏହି ନୋଟିସ୍ ପରେ ଫ୍ଲିପକାର୍ଟକୁ ପ୍ରାୟ ୧୦ହଜାର ୬୦୦ କୋଟି ଟଙ୍କାର ଜୋରିମାନା ଲାଗିପାରେ ।

ଫ୍ଲିପକାର୍ଟ ବିରୋଧରେ ରେଲେଟେଡ୍ ପାର୍ଟି ଟ୍ରାଞ୍ଜାକ୍ସନ, ହୋଲ୍ ସେଲ୍ ରିଟେଲ୍ ଏବଂ ପ୍ରତିବନ୍ଧକ ଲାଗିଥିବା ବିଭିନ୍ନ କମ୍ପାନୀର ଜିନିଷ ନିଜ ୱେବ୍ ସାଇଟ୍ରେ ବିକ୍ରି କରିବା ସହିତ ଆଇନ୍ ଭଙ୍ଗ କରିଥିବା ଅଭିଯୋଗ ହୋଇଛି । ବାସ୍ତବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଗତ କିଛି ବର୍ଷ ହେବ ଫ୍ଲିପକାର୍ଟଏବଂ ଆମାଜନ.କମ୍ ଭଳି ରିଟେଲ୍ କମ୍ପାନୀର ନିବେଶ ଉପରେ ନଜର ରଖିଛି । ଏଭଳି କିଛି କମ୍ପାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅନୁସାରେ ବଜାରରେ ସେମାନେ ନିବେଶ କରିପାରିବେ ନାହିଁ । ଫ୍ଲିପକାର୍ଟ ଏହି କମ୍ପାନୀ ସହିତ ମଲ୍ଟିବ୍ରାଣ୍ଡ କମ୍ପାନୀ ମାଧ୍ୟମରେ ଆଇନ୍ ବିରୋଧରେ ବୈଦେଶିକ ନିବେଶ କରିଥିବା ଏହି ନୋଟିସ୍ରେ ଦର୍ଶାଯାଇଛି ।

ତେବେ ଏହି ନୋଟିସ୍କୁ ନେଇ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ଫ୍ଲିପକାର୍ଟ ସମସ୍ତ ଆଇନ୍ ପାଳନ କରିଛି । ଆମେ ଏଜେନ୍ସି ସହିତ ଯୋଗାଯୋଗରେ ରହିବା ସହିତ ଏହାର ଅନୁସନ୍ଧାନ ଦିଗରେ ସହଯୋଗ କରୁଛୁ ବୋଲି ମୁଖପାତ୍ର କହିଛନ୍ତି । ଚେନ୍ନାଇର ଦକ୍ଷିଣାଞ୍ଚଳ ଏଜେନ୍ସି ଅଫିସ୍ ଜୁଲାଇ ମାସରେ ଫ୍ଲିପକାର୍ଟକୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା । କମ୍ପାନୀର ଫାଉଣ୍ଡର ସଚିନ୍ ବଂଶଲ୍ ଏବଂ ବିନ୍ନି ବଂଶଲ୍ କାହିଁକି ଫ୍ଲିପକାର୍ଟ ୧.୩୫ ବିଲିୟନ୍ ଡଲାର୍ର ଫାଇନ୍ ଭରଣା କରିବ ନାହିଁ ସେ ନେଇ ଏହାର ଉତ୍ତର ରଖିବାକୁ ଇଡି ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.