fbpx
BSKY
BJD YOUTH SKY
BJD MS SKY

ପୁରୁଷ ଜାଗାରେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଫରହାନ ଅଖତର, ଖୁବ୍ ଟ୍ରୋଲ କରୁଛନ୍ତି ଲୋକେ

ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି । ଜର୍ମାନୀକୁ ୫-୪ରେ ହରାଇ କାଂସ୍ୟ ପଦକ ନିଜ ନାମରେ କରିଛି ଭାରତୀୟ ପୁରୁଷ ହକି ଦଳ । ଚାରି ଦଶନ୍ଧିପରେ ଏହି ସଫଳତା ପାଇବା ପରେ ହକି ଦଳକୁ ସମଗ୍ର ଦେଶରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି । ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ପ୍ରତିଟି ସାମାଜିକ ଗଣମାଧ୍ୟମରେ ଦଳକୁ ଶୁଭେଚ୍ଛା ଜଣାଯାଉଛି । ଅନେକ ସେଲିବ୍ରିଟି ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ହେଲେ ଏହା ମଧ୍ୟରେ ଫରହାନ ଅଖତର ମଧ୍ୟ ଟ୍ୱିଟ୍ କରିଥିଲେ, ମାତ୍ର ତରବରିଆରେ ଏମିତି କିଛି ତ୍ରୁଟି କରି ଦେଲେ ଯାହାକୁ ନେଇ ଫରହାନ ଟ୍ରୋଲର ଶିକାର ହୋଇଛନ୍ତି ।

ଫରହାନ ଅଖତର ପୁରୁଷ ହକି ଦଳ ବଦଳରେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇ ଦେଲେ । ସେ ଲେଖିଛନ୍ତି ଯେ, ଗୋ ଗାର୍ଲ୍ସ !!! ଟିମ୍ ଇଣ୍ଡିଆକୁ ନେଇ ଗର୍ବିତ । ଦଳ ଜବରଦସ୍ତ ଲଢୁଆ ଗୁଣ ଦେଖାଇଛି ଏବଂ ଚତୁର୍ଥ ମେଡାଲ ନିଜ ନାମରେ କରିଛି । ସୁପର ଟୋକିଓ…୨୦୨୦ ହକି’ ।

ଫରହାନ ଯେବେ ନିଜର ଭୁଲ ଜାଣି ପାରିଲେ ତୁରନ୍ତ ନିଜ ଟ୍ୱିଟ୍ ହଟାଇ ଦ୍ୱିତୀୟ ଟ୍ୱିଟ୍ କରିଥିଲେ । ଦ୍ୱିତୀୟ ଟ୍ୱିଟରେ ସେ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇବା ପୂର୍ବରୁ ତାଙ୍କର ପ୍ରଥମ ଟ୍ୱିଟର ସ୍କ୍ରିନ ସର୍ଟ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଛି ।
ଫରହାନଙ୍କ ଏହି ଟ୍ୱିଟ୍ ଉପରେ ଲୋକେ ଦନାଦନ ଲାଇକ୍ ଦେବା ଆରମ୍ଭ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହାର ମିମ୍ସ ମଧ୍ୟ ଛାଇ ଯାଇଛି । ୟୁଜର୍ସ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଫରହାନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ, ଠିକ୍ ଅଛି ଆପଣଙ୍କ ଦ୍ୱାରା ତ୍ରୁଟି ହୋଇଗଲା, ହେଲେ ୧୬୪ ଜଣ କିଏ ।

 

Get real time updates directly on you device, subscribe now.