fbpx
BSKY SKY
BSKY SKY

ରୌପ୍ୟରେ ସନ୍ତୁଷ୍ଟ ରବି; ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି

BSKY

ନୂଆଦିଲ୍ଲୀ: ଭାରତୀୟ ରେସଲର ରବି ଦାହିୟାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁରୁବାର ନିଜର ପଞ୍ଚମ ପଦକ ହାସଲ କରିଛି ଭାରତ । ୫୭ କିଗ୍ରା ଓଜନ ବର୍ଗରେ ଭାରତର ରବି ଦାହିୟା ରୌପ୍ୟ ପଦକ ଜିତିବା ସହିତ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଦ୍ୱିତୀୟ ରୌପ୍ୟ ଜିତିଛନ୍ତି । ବିଶ୍ୱ ଚାମ୍ପିୟନ ଜାଭୁର ଉଗୁଏଭଙ୍କ ନିକଟରୁ ୭-୪ରେ ପରାଜିତ ହେବା ସହିତ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି ରେସଲର ରବି ଦାହିୟା । ଆରମ୍ଭରୁ ରବି ସାମାନ୍ୟ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ ।

ପ୍ରଥମ ୩ ମିନିଟରେ ଦାହିୟା ୪-୨ରେ ପଛୁଆ ରହିଥିଲେ । ପ୍ରଥମରୁ ସର୍କଲ ବାହାରକୁ ଦୁଇ ଥର ବାହାର କରି ଜାଭୁର ଦୁଇଟି ପଏଣ୍ଟ ହାସଲ କରିଥିଲେ । ତେବେ ଏକା ସାଥୀରେ ଦୁଇ ପଏଣ୍ଟ ସହିତ ରବି ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଋଷୀୟ ରେସଲର ବାଜି ମାରି ନେଇଥିଲେ । ଦ୍ୱିତୀୟ ୩ ମିନିଟରେ ରବିଙ୍କ ଡିଫେନ୍ସ ଚମକ୍ରାର ରହିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା । ଋଷୀୟ ରେସଲର ଅନ୍ତିମ ମିନିଟରେ କେବଳ ରକ୍ଷାତ୍ମକ ଭଙ୍ଗୀରେ ଖେଳି ମ୍ୟାଚକୁ ଜିତି ନେଇଥିଲେ ।୮୬ କିଗ୍ରା ବର୍ଗରେ ଅନ୍ୟତମ ଭାରତୀୟ ଦୀପକ ପୁନିଆ ରିପିଚେଜ ରାଉଣ୍ଡ ମୁକାବିଲାରେ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ ।

Get real time updates directly on you device, subscribe now.