fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ EDର ଜେରା

Advertisement

ଶ୍ରୀନଗର: ଜାମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀ ମୁଖ୍ୟାଳୟକୁ ଡାକି ଓମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ୧୨/୧୩ ବର୍ଷ ତଳର ମୁମ୍ବାଇର ଏକ ଜମି ଡିଲ୍ ମାମଲାରେ ତାଙ୍କୁ ଜେରା କରାଯାଇଛି ।

ତେବେ ଜାମୁ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଓମାର ଅବଦୁଲ୍ଲାଙ୍କୁ ଜେରା କରାଯାଇଥିବା ଜଣାପଡିଛି । ପୂର୍ବରୁ ଜାମୁ କାଶ୍ମୀର ବ୍ୟାଙ୍କ ଘୋଟାଲାରେ ବ୍ୟାଙ୍କ ଅଧ୍ୟକ୍ଷ ମୁସ୍ତାଖ ଅହମ୍ମଦ ଶେଖକୁ ଗିରଫ ମଧ୍ୟ କରାଯାଇସାରିଛି । ଋଣ ପ୍ରଦାନ ଓ ନିବେଶରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ ୨୦୧୦ରେ ଏହି ବ୍ୟାଙ୍କ ଜରିଆରେ ଓମାର କିଣିଥିବା ଏକ ସମ୍ପତ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ଓମାରଙ୍କୁ ଜେରା ପରେ ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଓମାରଙ୍କୁ ଜେରା ପାଇଁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ଓ ସେ ସେଥିରେ ସହଯୋଗ କରିଛନ୍ତି ବୋଲି ଦଳ କହିଛି ।

Get real time updates directly on you device, subscribe now.