fbpx
BSKY
BJD SHG SKY
BJD YOUTH SKY

MS Dhoniଙ୍କ କମ୍ପାନୀରେ ଚଢାଉ କରୁଛି ED: IPL-2024 ଉପରେ ପଡ଼ିବ କି ପ୍ରଭାବ?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଧୋନୀ କାମ କରୁଥିବା କମ୍ପାନୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢାଉ କରୁଥିବା ଜଣାଯାଇଛି । ରିପୋର୍ଟ ଅନୁସାରେ, ଚେନ୍ନାଇରେ ସିମେଣ୍ଟ କମ୍ପାନୀ ଇଣ୍ଡିଆ ସିମେଣ୍ଟର ହେଡକ୍ୱାର୍ଟରରେ ଇଡିର ସ୍ୱତନ୍ତ୍ର ଟିମ ଯାଞ୍ଚ କରୁଛି । ଗତ କିଛି ବର୍ଷରୁ କ୍ୟାପ୍ଟେନ କୁଲ ଧୋନୀ ଏହି କମ୍ପାନୀ ସହ ସାମିଲ ହୋଇ ରହିଛନ୍ତି । ଆଇପିଏଲର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ମାଲିକ ହେଉଛି ଏହି ଇଣ୍ଡିଆ ସିମେଣ୍ଟସ ।

ଆଇସିସି ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ ହେଉଛନ୍ତି ଇଣ୍ଡିଆ ସିମେଣ୍ଟସ ଲିମିଟେଡର ମାଲିକ । ଏହାସହିତ ଦୀର୍ଘ ସମୟରୁ ସେ ତାମିଲନାଡୁ କ୍ରିକେଟ ଆସୋସିଏସନରେ ମଧ୍ୟ ଜଣେ ପ୍ରମୁଖ ଅଂଶ ରହିଛନ୍ତି । ତେବେ FEMA (Foreign Exchange Management Act) କାନୁନ ଅନୁସାରେ, ଏହି ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଦେଶୀ ମୂଲ୍ୟ ଟ୍ରାଞ୍ଜାକ୍ସନ ସହ ଏହାର ସମ୍ପର୍କ ରହିଛି । କମ୍ପାନୀର ମୁଖ୍ୟ ଏନ. ଶ୍ରୀନିବାସନଙ୍କ ଘରେ ମଧ୍ୟ ଇଡି ଚଢାଉ ଜାରି ରଖିଛି । ତେବେ ଭାରତର ପୂର୍ବ ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ଇଣ୍ଡିଆ ସିମେଣ୍ଟସ ସହ ଜଡ଼ିତ ହୋଇ ରହିଛନ୍ତି । ଧୋନୀ କମ୍ପାନୀର ଭାଇସ-ପ୍ରେସିଡେଣ୍ଟ ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ସେ ସମୟର ନିଯୁକ୍ତି ପତ୍ର ଅନୁସାରେ, ଧୋନୀ ସେହି ସମୟରେ ୪୩,୦୦୦ ଟଙ୍କା ବେସିକ ସାଲାରୀରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ଭତ୍ତା ସହ ତାଙ୍କର ମାସିକ ଆୟ ମୋଟ ୧.୭୦ ଲକ୍ଷରୁ ଅଧିକ ଟଙ୍କା ରହିଥିଲା ।

କମ୍ପାନୀର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସନଙ୍କର କ୍ରିକେଟ୍ ସହିତ ମଧ୍ୟ ଦୀର୍ଘ ସମ୍ପର୍କ ରହିଛି। ସେ ଦୀର୍ଘ ଦିନ ଧରି ତାମିଲନାଡୁ କ୍ରିକେଟ୍ ଆସୋସିଏସନର ସଭାପତି ରହି ଆସିଛନ୍ତି। ସେ ୨୦୧୧ ରୁ ୨୦୧୩ ପର୍ୟ୍ୟନ୍ତ ବିସିସିଆଇର ସଭାପତି ମଧ୍ୟ ଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦରେ ପ୍ରବେଶ କରିଥିଲେ, ଯେଉଁଠାରେ ସେ ଏହାର ପ୍ରଥମ ଚେୟାରମ୍ୟାନ୍ ହୋଇଥିଲେ। ସେ ୨୦୧୪ ରୁ ୨୦୧୫ ପର୍ୟ୍ୟନ୍ତ ଏହି ପଦବୀରେ ରହିଥିଲେ।

Get real time updates directly on you device, subscribe now.