fbpx

ଆସନ୍ତାକାଲି ପୁଣି ଥରେ EDରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ଆସନ୍ତାକାଲି ରାହୁଲଙ୍କୁ ପଚରାଉଚରା କରିବ ଇଡି । ଏହାପୂର୍ବରୁ ରାହୁଲ ଇଡି ଅଫିସକୁ ଚାରି ଥର ଯାଇ ସାରିଛନ୍ତି ଓ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଗୋଟିଏ ପଟେ ଇଡିକୁ ନେଇ ରାହୁଲଙ୍କ ମୁସ୍କିଲ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ଦେଶର ରାଜରାସ୍ତାରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବିରୋଧର କେନ୍ଦ୍ରସ୍ଥଳୀ ପାଲଟିଥିବା ବେଳେ ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ବିରୋଧ ଜାରି ରଖିଛନ୍ତି । ଏହାମଧ୍ୟରେ ଆଜି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।

କଂଗ୍ରେସ ପକ୍ଷରୁ ରାଷ୍ଟପ୍ରତିଙ୍କୁ ଶ୍ରୀ କୋବିନ୍ଦଙ୍କୁ ଏକ ସ୍ମାରକ ପତ୍ର ଦିଆଯିବା ସହିତ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇଛି । ଏଥିସହିତ ଅଗ୍ନିପଥ ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ହଙ୍ଗାମାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ରାହୁଲଙ୍କୁ ଇଡି ତୃତୀୟ ଥର ପାଇଁ ଜେରା କରିଥିଲା ।

Get real time updates directly on you device, subscribe now.