fbpx

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡିର ସମନ, ଏହା ପରେ ହେବେ କି ଗିରଫ?

ନୂଆଦିଲ୍ଲୀ: ଥରେ କିମ୍ବା ୨ ଥର ନୁହେଁ ଆଜକୁ ଲଗାଇଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କିନ୍ତୁ ଏହି ସମନକୁ ବେଆଇନ ବୋଲି କହି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଏହାକୁ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି। ତେବେ ଆଜି ଷଷ୍ଠ ଥର ଲାଗି ସମନ ଜାରି କରି ଆସନ୍ତା ଫେବୃଆରୀ ୧୯ ତାରିଖରେ କେଜ୍ରିଓ୍ଵାଲଙ୍କୁ ହାଜର ହେବାକୁ ଇଡି କହିଛି। ହେଲେ ପୂର୍ବରୁ ୫ ଥର ସମନ ଜାରି କରାଯାଇଥିବା ବେଳେ ଆଦୌ ଥରୁଟିଏ ବି ହେଲେ କେଜ୍ରିଓ୍ଵାଲ ହାଜର ହୋଇନାହାନ୍ତି । ତେଣୁ ଏଥର ବି ସେ ହାଜର ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଫଳରେ ବହୁତ ଜଲଦି ଇଡି ହାତରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଗିରଫ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

କେଉଁ ସବୁ ତାରିଖରେ କେଜ୍ରିୱାଲଙ୍କୁ ସମନ ଜାରି କରିଛି ଇଡି?

୨୦୨୩ ନଭେମ୍ବର ୨ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୧ମ ସମନ
୨୦୨୩ ଡିସେମ୍ବର ୨୧ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୨ୟ ସମନ
୨୦୨୪ ଜାନୁୟାରୀ ୩ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୩ୟ ସମନ
୨୦୨୪ ଜାନୁଆରୀ ୧୮ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୪ଥ ସମନ
୨୦୨୪ ଫେବୃଆରୀ ୨ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୫ମ ସମନ
୨୦୨୪ ଫେବୃଆରୀ ୧୪ ତାରିଖରେ କେଜ୍ରିଓ୍ଵାଲଙ୍କୁ ହୋଇଥିଲା ୬ଷ୍ଠ ସମନ

କେଜ୍ରିୱାଲଙ୍କୁ ବାରମ୍ବାର ଇଡି ସମନକୁ ନେଇ କ’ଣ କହୁଛି ଆମ ଆଦମୀ ପାର୍ଟି?

ଇଡି କ୍ରମାଗତ ଭାବରେ ସମନ ଜାରି କରିବା ପରେ ଆମ ଆଦମୀ ପାର୍ଟି ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି। ତାଙ୍କୁ ପଚରାଉଚରା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି। ଏଏପି କହିଛି ଯେ ଯଦି ଇଡି ପଚରାଉଚରା କରିବାକୁ ଚାହୁଁଛି, ତେବେ ଏହା ଏହାର ପ୍ରଶ୍ନ ଲେଖି କେଜ୍ରିୱାଲଙ୍କୁ ଦେଇପାରିବ।

 

Get real time updates directly on you device, subscribe now.