fbpx
BJD SKY
BJD SKY

କ’ଣ ଏହି ନାସନାଲ ହେରାଲ୍ଡ ମାମଲା, ଯାହାକୁ ନେଇ ରାହୁଲ-ସୋନିଆଙ୍କୁ ଇଡିର ସମନ

BJD

କ’ଣ ଏହି ନାସନାଲ ହେରାଲ୍ଡ ମାମଲା, ଯାହାକୁ ନେଇ ରାହୁଲ-ସୋନିଆଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନାସନାଲ ହେରାଲ୍ଡ ମାମଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପାର୍ଟୀ ସାସଂଦ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି । ମନି ଲଣ୍ଡ୍ରିଂ ମାମଲାରେ ଉଭୟଙ୍କୁ ନୋଟିସ କରିଛି ଇଡି । ଉଭୟଙ୍କୁ ଜୁନ୍ ୮ ରେ ସମନ କରାଯିବ । ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କୁ ୨ ଜୁନ୍ ରେ ସମନ ପାଇଁ ଡକାଯାଇଛି  । ସୂଚନା ଅନୂଯାୟୀ, ରାହୁଲ ଗାନ୍ଧୀ ବିଦେଶରେ ଅଛନ୍ତି ଏବଂ ସେ ସମନ ପାଇଁ ଅନ୍ୟ ତାରିଖ ଚାହୁଛନ୍ତି ।

ସେପଟେ ଇଡିର ସମନ ନୋଟିସ ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଯେ ନାସନାଲ ହେରାଲ୍ଡ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ନୋଟିସ ପଠାଇବା ଏକ ଷଡ଼ଯନ୍ତ୍ର । କିନ୍ତୁ ଆମେ ଡରିବୁ ନାହିଁ ନଇଁବୁ ନାହିଁ । କଂଗ୍ରେସ ନେତା ଏବଂ ବରିଷ୍ଠ ଓକିଲ ଅଭିଷେକ ମନ୍ତୁ ସିଂଘବୀ କହିଛନ୍ତି ଭାଜପା ଉପରେ ରାଜନୈତିକ ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସୀଙ୍କୁ କାଠ କଣ୍ଢେଇ ପରି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି ସୋନିଆ ଗାନ୍ଧୀ ନିଜେ ଇଡି ଅଫିସ୍ ଯିବେ ଏବଂ ସବୁ ପ୍ରଶ୍ନର ଉତ୍ତର ଦେବେ । ସୂଚନାଯୋଗ୍ୟ ଏହି କେସ୍ କୁ ୨୦୧୫ ରେ ଯାଞ୍ଚ ଏଜେନ୍ସୀ ବନ୍ଦ କରିଥିଲା । ସୂଚନା ଅନୂଯାୟୀ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ) ଅଧିଗ୍ର୍ରହଣକୁ ନେଇ ମନି ଲଣ୍ଡ୍ରିଂ ମାମଲାରେ ପଚରା ଉଚରା କରିବ ।

ତେବେ ଆସନ୍ତୁ ଜାଣିବା କ’ଣ ଏହି ନାସନାଲ ହେରାଲ୍ଡ ମାମଲା:

ସୁବ୍ରମଣ୍ୟମ ସ୍ୱାମୀ ୨୦୧୨ ରେ ନାସନାଲ ହେରାଲ୍ଡ କେସରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦିବଙ୍ଗତ ନେତା ମୋତିଲାଲ ବୋରା, ପତ୍ରକାର ସୁମନ ଦୁବେ ଏବଂ ଟେକ୍ନାକ୍ରାଟ୍ ସାମ୍ ପିଟ୍ରୋଡା ଉପରେ ଅଭିଯୋଗ ଲଗାଇଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି କଂଗ୍ରେସ ନେତାମାନେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଜରିଆରେ ଅବୈଧ ଭାବରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡର ଅଧିଗ୍ରହଣ କରିଥିଲେ ।

ସୁବ୍ରମଣ୍ୟମ ଅଭିଯୋଗ କରିଥିଲେ ଯେ ଏହି ସବୁ କିଛି ଦିଲ୍ଲୀରେ ଜଫରମାର୍ଗ ସ୍ଥିତ ହେରାଲ୍ଡ ହାଉସର ୨୦୦୦ କୋଟି ଟଙ୍କାର ସମ୍ପତ୍ତି କବ୍ଚା କରିବା ପାଇଁ କରାଯାଇଥିଲା । ଏହି ମାମଲାର ଯାଞ୍ଚ ୨୦୧୪ ରେ ଇଡି ତରଫରୁ ଯାଞ୍ଚ ଆରମ୍ଭ ହୋଇଥିଲା । କଂଗ୍ରେସ ଏହି ମାମଲାରେକୁ ନେଇ ପକ୍ଷ ରଖିଥିଲା ଯେ ୟଙ୍ଗ ଇଣ୍ଡିଆ ଲିମିଟେଡର ଉଦ୍ଦେଶ୍ୟ ଲାଭ କମାଇବା ନୁହେଁ ବରଂ ଏହାର ଗଠନ ଚାରିଟି ପାଇଁ କରାଯାଇଛି ।

ଏପରି ଥିଲା ଘଟଣା:

ନାସନାଲ ହେରାଲ୍ଡର ସ୍ଥାପନ ଜବାହାର ଲାଲ ନେହେରୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ମିଶି ୧୯୩୮ରେ ସ୍ଥାପନା କରିଥିଲେ । ଆସୋସିଏଟ୍ସ ଜର୍ଣ୍ଣାଲ ଲିମିଟେଡ ନାସନାଲ ହେରାଲ୍ଡ ସମ୍ବାଦପତ୍ରର ମାଲିକାନା କମ୍ପାନୀ । କଂଗ୍ରେସ ୨୬ ଫେବୃଆରୀ ୨୦୧୧ ରେ ଏହାର ଶେୟାର ବଦଳରେ ୯୦ କୋଟି ଲୋନ୍ ଦେଇଥିଲା । ଏହାପରେ ପାର୍ଟୀ ୫ ଲକ୍ଷ ଟଙ୍କାରେ ୟଙ୍ଗ ଇଣ୍ଡିଆନ କମ୍ପାନୀ ବନାଇଥିଲା, ଯେଉଁଥିରେ ସୋନିଆ ଏବଂ ରାହୁଲଙ୍କ ୩୮-୩୮ ପ୍ରତିଶତ ଅଂଶୀଦାର ଥିଲେ । ବାକି ୨୪ ପ୍ରତିଶତ ଅଂଶୀଦାର କଂଗ୍ରେସ ନେତା ମୋତିଲାଲ ବୋରା ଏବଂ ଆକ୍ସର ଫର୍ଣ୍ଣାଣ୍ଡିଜଙ୍କ ପାଖରେ ଥିଲା ।

ଏହା ପରେ ଏହା ପରେ ଏଜେଏଏଲ ୧୦-୧୦ ଟଙ୍କାର ୯ କୋଟି ସେୟାର ‘ୟଙ୍ଗ ଇଣ୍ଡିଆନ’କୁ ଦେଇ ଥିଲା ଏବଂ ବଦଳରେ ୟଙ୍ଗ ଇଣ୍ଡିଆନକୁ କଂଗ୍ରେସକୁ ଲୋନ ସୁଝିବାର ଥିଲା, ୯ କୋଟି ଶେୟାର ସହ ୟଙ୍ଗ ଇଣ୍ଡିଆନକୁ ଏହି କମ୍ପାନୀର ୯୯ ପ୍ରତିଶତ ଶେୟାର ହାସଲ ହୋଇଥିଲା । ଏହା ପରେ କଂଗ୍ରେସ ପାର୍ଟୀ ୯୦ କୋଟିର ଲୋନ କ୍ଷମା କରିଦେଇଥିଲା । ଅର୍ଥାତ୍ ‘ୟଙ୍ଗ ଇଣ୍ଡିଆନ’କୁ ମାଗଣାରେ ଟିଏଜେଏଏଲର ସ୍ୱାମିତ୍ୱ ମିଳିଥିଲା ।

୨୦୧୫ରେ ସୁପ୍ରିମକୋର୍ଟ ଏହି ମାମଲାରେ ଖୁବଶୀଘ୍ର ଶୁଣାଣି ପାଇଁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ହାଇକୋର୍ଟରେ ଯାଜିକା ଦାୟର କରିବାକୁ କରିଥିଲେ । ୧୯ ଡିସେମ୍ବର ୨୦୧୫ ରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଟାଏଲ ପାଇଁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ୨୦୧୬ ରେ ସୁପ୍ରିମ କୋର୍ଟ ଏହି ମାମଲାକୁ ରଦ୍ଧ କରିବାକୁ ମନା କରିଥିଲେ ଏବଂ ସବୁ ୫ ଅଭିଯୁକ୍ତଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୋତିଲାଲ ବୋରା, ଅସ୍କର ଫର୍ଣ୍ଣାଣ୍ଡିଜ୍ ଏବଂ ସୁମନ ଦୁବ୍କେୁ କୋର୍ଟରେ ହାଜର ହେବା ଠାରୁ ଛାଡ଼ କରିଥିଲେ ।

ଚଳିତ ବର୍ଷ ଏପ୍ରିଲ ରେ କଂଗ୍ରେସ ନେତାଙ୍କୁ ପଚରାଉଚାର କରାଯାଇଥିଲା । ଏପ୍ରିଲରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ସୁମନ ଦୁବେଙ୍କୁ ଇଡି ପଚରାଉଚରା କରିଥିଲା ।

ଏହି ଉତ୍ତର ରଖିଥିଲା କଂଗ୍ରେସ

ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ୧୯୩୭ରେ ସ୍ଥାପିତ ନାସନାଲ ହେରାଲ୍ଡ ସମ୍ବାଦପତ୍ର ଚଳାଉଥିବା କମ୍ପାନୀ ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡକୁ ପ୍ରାୟ ୧୦ ବର୍ଷ ପାଇଁ ପ୍ରାୟ ୧୦୦ କିସ୍ତିରେ ଚେକ୍ ଦ୍ୱାରା ଏହାର ଅଂଶଧନ ଦେବା ପାଇଁ ୯୦ କୋଟି ଟଙ୍କା ଦେଇଥିଲେ । ଏଥିରୁୁ ୬୭ କୋଟିର ବ୍ୟବହାର ନାସନାଲ ହେରାଲ୍ଡ ନିଜର କର୍ମଚାରୀଙ୍କ ଦେୟ ଦେବାପାଇଁ କରିଥିଲା ଏବଂ ବାକି ଟଙ୍କାରେ ବିଜୁଳି, ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ କରିଥିଲା । କୌଣସି ରାଜନୈତିକ ଦଳ ଦ୍ୱାରା ଦିଆଯାଇଥିବା ଋଣ ଅପରାଧ ନୁହେଁ ବୋଲି ଦର୍ଶାଇଥିଲା କଂଗ୍ରେସ ।

ଯେହେତୁ ନାସନାଲ ହେରାଲ୍ଡ ସମ୍ବାଦପତ୍ର କରଜ ସୁଝିବାରେ ସକ୍ଷମ ନଥିଲା ସେଥିପାଇଁ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡର ଶେୟାର ୟଙ୍ଗ ଇଣ୍ଡିଆନକୁ ଦିଆଗଲା । ୟଙ୍ଗ ଇଣ୍ଡିଆର ମ୍ୟାନେଜିଙ୍ଗ କମିଟିର ସଦସ୍ୟ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସ୍ୱର୍ଗତ ମୋତିଲାଲ  ବୋରା କୌଣସି ପ୍ରକାର ଲାଭ ରଖିନାହାନ୍ତି । କେବଳ ସେତିକି ନୁହେଁ, ମ୍ୟାନଜିଙ୍ଗ କମିଟି ୟଙ୍ଗ ଇଣ୍ଡିଆର ଶେୟାର ମଧ୍ୟ ବିକିପାରିବେ ନାହିଁ । ଏହାର ଅର୍ଥ ୟଙ୍ଗ ଇଣ୍ଡିଆ ଠାରୁ ଏକ ଟଙ୍କାର ବି ଆର୍ଥିକ ଲାଭ ନେଇହେବ ନାହିଁ । କାରଣ ଆମେ ନାସନାଲ ହେରାଲ୍ଡ, ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ ଏବଂ ୟଙ୍ଗ ଇଣ୍ଡିଆକୁ କେବଳ କଂଗ୍ରେସ ପାର୍ଟୀ ନୁହେଁ ବରଂ ଦେଶର ସମ୍ପତ୍ତି ଭାବୁ ।

Get real time updates directly on you device, subscribe now.