fbpx
BJD SKY
BJD SKY

ଟିଏମସିର ୧୦୦ ନେତାଙ୍କ ପଛରେ ଲାଗିବ ଇଡି ? ଅମିତ୍ ଶାହଙ୍କୁ ତାଲିକା ଦେଲେ ଶୁଭେନ୍ଦୁ ଅଧିକାରୀ

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ତଦନ୍ତର ପରିଧି ବଢିବାରେ ଲାଗିଛି। ଏଥିରେ ଶାସକ ତୃଣମୂଳ କଂଗ୍ରେସର ମୁସ୍କିଲ ଆହୁରି ବଢିବାର ସମ୍ଭାବନା ରହିଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଧାୟକ ଶୁଭେନ୍ଦୁ ଅଧିକାରୀ ଟିଏମସିର ୧୦୦ ନେତାଙ୍କ ସୂଚୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାରେ ପୂର୍ବରୁ ମମତା ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ସାରିଛନ୍ତି।

ଶୁଭେନ୍ଦୁ ଅଧିକାରୀଙ୍କ ପକ୍ଷରୁ ଶାହଙ୍କୁ ଦିଆଯାଇଥିବା ତାଲିକାରେ ଟିଏମସିର ସେହି ନେତାଙ୍କ ନାମ ରହିଛି, ଯେଉଁମାନେ କଥିତ ଭାବେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସାମିଲ୍ ଅଛନ୍ତି। ଏଥିସହ ସେ ଗୃହମନ୍ତ୍ରୀଙ୍କୁ କିଛି ଟିଏମସି ବିଧାୟକ ସମେତ କିଛି ନେତାଙ୍କ ଲେଟରହେଡ୍ ମଧ୍ୟ ଦେଇଛନ୍ତି। ଲେଟରହେଡର ବ୍ୟବହାର କଥିତ ଭାବେ ଲାଞ୍ଚ ନେବା ପରେ କାହାକୁ ନିଯୁକ୍ତି ଦିଆଯିବ ତାର ସୁପାରିଶ ପାଇଁ ବ୍ୟବହାର କରାଯାଉଥିଲା।

ସେ ଅମିତ୍ ଶାହଙ୍କୁ ମାମଲାରେ ବଡସ୍ତରରେ ତଦନ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ୮୦-୯୦ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ କ୍ୟାରିୟରକୁ ଖରାପ କରି ଦିଆଯାଇଛି। ଅଧିକାରୀ ଏହା ମଧ୍ୟ ସୂଚନା ଦେଇଛନ୍ତି, ବିଜେଡି ବଡ ସ୍ତରରେ ଟିଏମସି ସରକାରଙ୍କ ବିରୋଧରେ ରାଜ୍ୟରେ ଅଭିଯାନ ଚଳାଇବାକୁ ପ୍ରସ୍ତୁତି କରୁଛି।

ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଏହି ଦୁର୍ନୀତିରେ ଟିଏମସି ପ୍ରମୁଖ ମଧ୍ୟ ସାମିଲ୍ ଅଛନ୍ତି। ବିନା ତାଙ୍କ ଅଜାଣତରେ ଏତେ ବଡ ଦୁର୍ନୀତି ହୋଇ ପାରିବ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରେ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Get real time updates directly on you device, subscribe now.