fbpx

ଶାଶୁ-ବୋହୂଙ୍କ ନିଆରା ଯୋଡି ! ବନାଇଲେ ‘ଗୁରୁ-ଚେଲା’ ଆପ୍, ଏଥିରେ ଶିକ୍ଷିତ ବେରୋଜଗାରମାନେ କମାଇପାରିବେ ୨୦ ହଜାର ଟଙ୍କା

ସାଧାରଣତଃ ଆପଣ ଶାଶୁ-ବୋହୁଙ୍କ ଝଗଡା ବିଷୟରେ ତ ଶୁଣିଥିବେ । କିନ୍ତୁ କିଛି ଶାଶୂ-ବୋହୂ ଏମିତି ବି ଥାନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି । ସେହିପରି ଝାଡଖଣ୍ଡରୁ ଏକ ଶାଶୁ-ବୋହୁ ଯୋଡି ସାମ୍ନାକୁ ଆସିଛି, ଯେଉଁଠି ସେମାନଙ୍କ ମଧ୍ୟରେ ଭଲପାଇବା ସହ ଅଜବ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ସେମାନେ କରୋନା ସଙ୍କଟରେ ସମୟକୁ ସଠିକ ଭାବେ ବିନିଯୋଗ କରି ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି, ଯାହାକି ଦଶ ହଜାର ଶିକ୍ଷିତ ବେରୋଜଗାର ବ୍ୟକ୍ତିମାନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ।

ଏହି ଘଟଣା ଦେଶର କୋଇଲା ରାଜଧାନୀ ଧନବାଦର, ଯେଉଁଠାରେ ରହୁଥିବା ୭୦ ବର୍ଷୀୟ ମନୋରମା ସିଂହ ଓ ୩୨ ବର୍ଷୀୟ ତାଙ୍କ ବୋହୂ ଶ୍ୱାତୀ କୁମାରୀ ମିଶି ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପର ନାମ ‘ଗୁରୁ-ଚେଲା’ ରହିଛି । ଏହି ଆପକୁ ଆପଣ ପ୍ଲେଷ୍ଟୋରରୁ ଅତି ସହଜରେ ଡାଉନଲୋଡ କରିପାରିବେ ।

ତେବେ କରୋନା ସଙ୍କଟ ସମୟରେ ଶିକ୍ଷିତ ବେରୋଜଗାରମାନଙ୍କୁ ଚାକିରି ଦେବା ଉଦ୍ଦେଶ୍ୟରେ ଶାଶୁ-ବୋହୂ ଏହି ଆପ୍ କରିଛନ୍ତି । ଦୁଇ ମାସ ପୂର୍ବରୁ ପ୍ରସ୍ତୁତ କରିଥିବା ଏହି ଆପରେ ସେମାନେ ଶିକ୍ଷକ ଓ ଛାତ୍ରମାନଙ୍କୁ ଯୋଡିଥିଲେ । ଆବଶ୍ୟକତା ଅନୁସାରେ ଶିକ୍ଷକମାନେ ଅନଲାଇନ୍ ଓ ଅଫଲାଇନ୍ କ୍ଲସ ନେବା ପାଇଁ ହାଜିର ହେଉଥିବା ଦେଖିବାକୁ ମିଳିଛି । ଏଥିରେ ସ୍କୁଲ ପାଠପଢାଠୁ ଆରମ୍ଭ କରି ଇଞ୍ଜିନିୟରିଂ, ୟୁପିଏସସି, ଗୀତ, ସଙ୍ଗୀତ, ଯୋଗ, ପେଣ୍ଟିଂର ଶିକ୍ଷକ ଅତି ସହଜରେ ମିଳିଯିବେ ।

ଏହି ଆପ୍ ଯୋଗେ ୪୦ ଲୋକଙ୍କୁ ରୋଜଗାର ମିଳିସାରିଛି । ୧୧୦ରୁ ଅଧିକ ଛାତ୍ରରେ ଏଥିରେ ଯୋଗ ଦେଇଛନ୍ତି । ଶିକ୍ଷିତ ବେକାରୀମାନେ ଏହି ଆପ୍ ସାହାର୍ଯ୍ୟରେ ମାସିକ ୮ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଛନ୍ତି ।

Get real time updates directly on you device, subscribe now.