fbpx

ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢ଼େଙ୍କାନାଳ, ୨୪ା୮(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁରବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଦିଅର ଟାଙ୍ଗିଆରେ ହାଣି ଭାଉଜର ହତ୍ୟାକାଣ୍ଡ କରିଥିବା ସୂଚନା ମିଳିଛି ।ଘରୋଇ କଳିରୁ ଏହିପରି ନୃଶଂସ କାଣ୍ଡ ହୋଇଥିବା ଜଣାପଡ଼ିଛି । ବଡ଼ ଭାଇକୁ ଆକ୍ରମଣ କରିବା ବେଳେ ଭାଉଜ ମଝିରେ ଆସିଥିବାରୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦିଅର ରବିନ୍ଦ୍ରକୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.