fbpx
BJD SKY
BJD SKY

ପ୍ରକାଶ ପାଇଲା ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର: ଚଳିତ ବର୍ଷ ରହିଛି ଏତିକି ଦିନ ପାଠପଢ଼ା, ଆଉ ଏତିକି ଦିନ ଛୁଟି

BJD

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ । ରାଜ୍ୟରେ ତାତି ବଡୁଥିବାରୁ ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ସେହିଭଳି ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏଲିମେଣ୍ଟାରୀ ବର୍ଗରେ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ ଛୁଟି ଦିବସ ଏବଂ ୫୩ ରବିବାର ରହିଛି । ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚଳିତ ଶିକ୍ଷା ବର୍ଷରେ ୧୩୩ ଦିନ ଛୁଟି ପାଇବେ ।

ସେହିଭଳି ଚଳିତ ମାସ ୧ରୁ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସପ୍ତାହରେ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ସମେଟିଭ -୧ ପରୀକ୍ଷା, ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ଫରମେଟିଭ -୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମେଟିଭ -୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିଭଳି ସେକେଣ୍ଡାରୀ ବା ୯ ରୁ ୧୦ମ ଶ୍ରେଣୀ ଲାଗି ଚଳିତ ଶିକ୍ଷାବର୍ଷ ଲାଗି ସମାନ ୨୩୨ ଶିକ୍ଷା ଦିବସ ରହିଥିବା ବେଳେ ୧୩୩ ଦିନ (ରବିବାରକୁ ମିଶାଇ)ଛୁଟି ଦିବସ ରହିଛି। ଓସେପା ହାତରେ ଏଲିମେଣ୍ଟାରୀ ଶିକ୍ଷା ଦାୟିତ୍ଵ ଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛୁଟି ଓ ପରୀକ୍ଷା ସୂଚି ନିର୍ଦ୍ଧାରଣ କରାଯାଇଛି । ସେହିଭଳି ସେକେଣ୍ଡାରୀ ବର୍ଗ ବା ୯ମ ଓ ଦଶମ ଶ୍ରେଣୀ ଲାଗି ପରୀକ୍ଷା କାର୍ଯ୍ୟସୂଚୀ ମାଧ୍ୟମିକ ଶିକ୍ଷାବୋର୍ଡ ନିର୍ଦ୍ଧାରଣ କରିବ ।

Get real time updates directly on you device, subscribe now.